ନୂଆଦିଲ୍ଲୀ, ବୈଦେଶିକ ମନ୍ତ୍ରାଳୟ କର୍ଣ୍ଣାଟକ ସରକାରଙ୍କ ଅନୁରୋଧ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ପାସପୋର୍ଟ ରଦ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ଏବଂ ଏହି ସଂପର୍କରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ଏନେଇ ବୈଦେଶିକ ମନ୍ତ୍ରୀଙ୍କର ବୟାନ ଆସିଛି । ଏଥିରେ ସେ କହିଛନ୍ତି ଯେ, ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ପାସପୋର୍ଟ ଏବେ ରଦ୍ଦ କରାଯାଇନାହିଁ । ବିଦେଶ ମନ୍ତ୍ରାଳୟକୁ ଏନେଇ କର୍ଣ୍ଣାଟକ ସରକାରଙ୍କ ଠାରୁ ଅନୁରୋଧ ମିଳିଛି । ମନ୍ତ୍ରାଳୟର ନିୟମ ଅନୁଯାୟର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।