ନୂଆଦିଲ୍ଲୀ, ସ୍ୱାତୀ ମାଲିୱାଲଙ୍କ ସହିତ ହୋଇଥିବା ମାରପିଟ ମାମଲାରେ ବିଜେପି ଆଜି କହିଛି ଯେ, କେଜରିୱାଲଙ୍କ ନିରବତା ତାଙ୍କ ଚରିତ୍ରକୁ ଦର୍ଶାଉଛି । ତାଙ୍କ ନିରବତାରୁ ଏହା ସ୍ପଷ୍ଟ ହୋଇଛି ଯେ, ସେ ଅଭିଯୁକ୍ତଙ୍କ ସହିତ ଠିଆ ହୋଇଛନ୍ତି । ଶୁକ୍ରବାର ବିଜେପି ମୁଖ୍ୟାଳୟରେ ଆୟୋଜିତ ପ୍ରେସମିଟରେ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ, ସାଂସଦ ମାଲିୱାଲଙ୍କୁ ନ୍ୟାୟ ମିଳୁ, ଏହା କେଜରିୱାଲଙ୍କର ପ୍ରାଥମିକତା ନୁହେଁ । ମାରପିଟର ଅସଲି କୁଖ୍ୟାତ ମାଷ୍ଟରମାଇଣ୍ଡ କେଜରିୱାଲ ଅଟନ୍ତି । ତାଙ୍କ ନିରବତା ତାଙ୍କ ଚରିତ୍ରକୁ ଦର୍ଶାଉଛି ।
ଗୌରବ ଭାଟିଆ କହିଛନ୍ତି ଯେ, ସଂଜୟ ସିଂ ଜାମିନରେ ବାହାରେ ଅଛନ୍ତି । ପୂର୍ବରୁ ସେ କହୁଥିଲେ ଯେ, ସ୍ୱାତୀ ମାଲିୱାଲଙ୍କ ସହିତ ଭୁଲ ହୋଇଛି କିନ୍ତୁ ପରେ 16 ତାରିଖରେ ଚାଟାର୍ଡ ପ୍ଲେନରେ ସେ କେଜରିୱାଲ ଓ ବିଭବ କୁମାରଙ୍କ ସହ ଯାଇଥିଲେ ।