ଭୁବନେଶ୍ୱର – ଭୁବନେଶ୍ୱର ମାଷ୍ଟର ପ୍ଲାନ୍ ଏରିଆ ମଧ୍ୟରେ ଏମଏସଏମଇ ପ୍ରତିÂା କରିବା ପାଇଁ ଆବଶ୍ୟକ କରୁଥିବା ଜମି ଯୋଗାଇଦେବା ଲାଗି ଆସିଥିବା ପ୍ରସ୍ତାବକୁ ରାଜ୍ୟ ସରକାର ମଂଜୁରୀ ଦେଇଛନ୍ତି ।
ଗୁରୁବାର ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଶିଳ୍ପ ପାଇଁ ସୁପାରିଶ କମିଟି ବୈଠକରେ ଏହି ସୂଚନା ଦିଆଯାଇଛି । ବୈଠକ ପରେ ଇଡକୋ କର୍ତୃପକ୍ଷ ସଂଜୟ ସିଂହ ଏସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଶିଳ୍ପ ଲାଗି ଜମି ନେବା ପାଇଁ ୯୮ଟି ପ୍ରସ୍ତାବ ଆସିଥିଲା । ଏଥିମଧ୍ୟରେ ଫୁଡ୍ ପାର୍କ , ସି ଫୁଡ୍ ପ୍ରେସେସିଂ ପ୍ଲାଂଟ, ସାନିଟାରୀ ମାଟେରିଆଲସ୍ , କୋଲ୍ଡ ଷ୍ଟୋରେଜ୍ , ୱେୟାର ହାଉସ୍ , ଲଜିଷ୍ଟିକ୍ ପାର୍କ ଇତ୍ୟାଦି ଅନ୍ତର୍ଭୁକ୍ତ । ତେବେ ୩ ଟି ଲଜିଷ୍ଟିକ୍ ପାର୍କ କରିବାକୁ ନିଷ୍ପତି ହୋଇଛି । ସମ୍ପୃକ୍ତ ପ୍ରକଳ୍ପ ଗୁଡିକର ବୈଷୟିକ ଦିଗ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା ।
……