
-
ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ କ୍ୟାପଚର କରିରଖୁଛନ୍ତି- ହିମନ୍ତ ବିଶ୍ୱଶର୍ମା
ଭୁବନେଶ୍ୱର, ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାହିତ୍ୟ ସାଧନା ପୀଠ ପରିଦର୍ଶନ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏହାପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ନିର୍ବାଚନ ଓଡ଼ିଶା ଅସ୍ମିତାର ନିର୍ବାଚନ। ମୁଁ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ। ମୁଁ ଏକଲା ଲୋକଙ୍କ ସହ ମିଶି ପାରୁଛି। ଲୋକ ମୋ ସହ ମିଶିପାରୁଛନ୍ତି, କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଲା କାହା ସହ ମିଶି ପାରୁନାହାନ୍ତି ଲୋକଙ୍କ ସହ କଥା ହୋଇପାରୁନାହାନ୍ତି । ସବୁ ସମୟରେ ତାଙ୍କ ସାଙ୍ଗରେ ପାଣ୍ଡିଆନ୍ ରହୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଇଚ୍ଛାରେ ପାଣ୍ଡିଆନଙ୍କ ସାଙ୍ଗରେ ରହୁଛନ୍ତି ନା ପାଣ୍ଡିଆନଙ୍କ ଚକ୍ରାନ୍ତରୁ ବାହାରି ପାରୁନାହାନ୍ତି ତାହା ଜାଣିବାକୁ ପଡିବ ।
ଏଠାରେ ଆବଶ୍ୟକ ରହିଛି ହାଇକୋର୍ଟର ବିଚାରପତି ଥରେ ନବୀନ ପଟ୍ଟନାୟକଙ୍କ ସହ ଏକାନ୍ତରେ କଥା ହୁଅନ୍ତୁ ନବୀନ ପଟ୍ଟନାୟକ ଖୁସି ଅଛନ୍ତି କି ନାହାନ୍ତି ଠିକ୍ ଅଛନ୍ତି କି ନାହିଁ ତାହା ବୁଝନ୍ତୁ। ଏବଂ ପାଣ୍ଡିଆନ୍ ଗୋଟିଏ ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ୱାଦିକ ମାନଙ୍କ ସହ କଥା ହେବା ପାଇଁ ଏକୁଟିଆ ଛାଡନ୍ତୁ । ମତେ ଲାଗୁଛି ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ କ୍ୟାପଚର୍ କରି ରଖିଛନ୍ତି ।