
ଖୋର୍ଦ୍ଧା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଗସ୍ତରେ ଆସି ଚିଲିକାର ବାଣପୁରରେ ଆୟୋଜିତ ଏକ ଜନସଭାରେ ଯୋଗଦେଇ ଶାସକ ଦଳ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରିନାହାନ୍ତି। କେବଳ ଲ୍ୟାଣ୍ଡ, ସ୍ୟାଣ୍ଡ ମାଇନିଂ ନୁହଁ, ଏଠାରେ ରତ୍ନଭଣ୍ଡାର ଚାବି ବି ହଜାଇ ଦେଇଛନ୍ତି। ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର। ଏପରିକି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ପଦ୍ମଫୁଲ ଚିହ୍ନରେ ମୋହର ମାରି ଜୟଯୁକ୍ତ କରାନ୍ତୁ। ଏହାଦ୍ବାରା ମୋଦିଙ୍କ ନେତୃତ୍ଵରେ ଦେଶର ସୁରକ୍ଷା, ସମ୍ମାନ ବିକାଶ ହୋଇଛି। ତେବେ ମୋଦିଙ୍କ ଭାରତରେ ଯିଏ ବଦମାସୀ କରିବ ସେମାନଙ୍କୁ ଉଚିତ୍ ଜବାବ ଦିଆଯିବ। ଉତ୍ତରପ୍ରଦେଶ ପରି ବୁଲ୍ଡୋଜର ଚଢ଼ାଇ ଦିଆଯିବ। ଡବଲ ଇଞ୍ଜିନ ସରକାରରେ କି ପ୍ରକାର ଲାଭ ହୁଏ ତାହା ଉତ୍ତରପ୍ରଦେଶ ସରକାର କରି ଦେଖାଇଛନ୍ତି। । ସେହିପରି କଂଗ୍ରେସକୁ ମଧ୍ୟ କଡ଼ା ଜବାବ ଦେଇଛନ୍ତି ଯୋଗୀ। ସେ କହିଛନ୍ତି, କିଛି ଲୋକ ଭାରତରେ ଅଛନ୍ତି, କିନ୍ତୁ ପାକିସ୍ତାନର ଗୁଣଗାନ କରୁଛନ୍ତି।