
ସମ୍ବଲପୁର, ମତଦାନ ପାଇଁ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ସ୍ବାଧୀନ ପ୍ରାର୍ଥୀମାନେ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି। ବୁଧବାର ସନ୍ଧ୍ୟାରେ ସମାଜସେବୀ ମୀରା ପରିଡା ଓ ବିଜେଡି ମହିଳା ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ବରେ ବିଜେଡି ପକ୍ଷରୁ ଆୟୋଜିତ ଏକ ପ୍ରଚାର ଶୋଭଯାତ୍ରା ବୁର୍ଲା ପେଟ୍ରୋଲ ପମ୍ପରୁ ବାହାରି ମାର୍କେଟ ଦେଇ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଯାଇଥିଲା । ସମ୍ବଲପୁରୀ ବାଦ୍ଯର ତାଳେତାଳେ ସମର୍ଥକମାନେ ପ୍ରଣବ ପ୍ରକାଶଙ୍କ ସପକ୍ଷରେ ବିଭିନ୍ନ ନାରା ଦେଇ ଅଞ୍ଚଳ ପରିକ୍ରମା କରିଥିଲେ । ସ୍ନେହାଙ୍ଗିନୀ ଛୁରିଆ ଏବଂ ମୀରା ପରିଡା ଲୋକଙ୍କୁ ଭେଟି ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା।