ଭୁବନେଶ୍ଵର, ଦକ୍ଷିଣ-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଗତକାଲିର ଲଘୁଚାପ କ୍ଷେତ୍ର କ୍ରମଶଃ ଉତର-ପୂର୍ବ ଦିଗରେ ଗତି କରିବା ସହ ପଶ୍ଚିମ କେନ୍ଦ୍ରୀୟ ତତସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଆଜି ଏକ ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ଉତର-ପୂର୍ବ ଦିଗରେ ଗତି କରିବା ସହ ଆସନ୍ତାକାଲି ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହା ଉତର-ପୂର୍ବ ଦିଗରେ ନିଜର ଗତି ଜାରି ରଖିବା ସହ ପରବର୍ତୀ ସମୟରେ ୨୫ ତାରିଖ ସକାଳ ସୁଦ୍ଧା ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଝଡ଼ର ରୂପ ନେବ । ପରବର୍ତୀ ସମୟରେ ଏହା ଉତର ଦିଗରେ ଗତି କରିବା ସହ ଭୀଷଣ ବାତ୍ୟାର ରୂପ ନେଇ ବାଙ୍ଗଲାଦେଶ ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳରେ ୨୬ ତାରିଖ ସଂନ୍ଧ୍ୟା ସୁଦ୍ଧା ପହଂଚିବ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଏହି ସୂଚନା ମିଳିଛି ।
Related Stories
January 14, 2025
January 14, 2025