
ଧର୍ମଶାଳା, ସାଧାରଣ ନିର୍ବାଚନ ସମୟ ସରି ସରି ଆସୁଛି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି । ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଏହି ସାଧାରଣ ନିର୍ବାଚନ ନିମନ୍ତେ କର୍ମୀ ଉତ୍ସାହିତ ହୋଇପଡିଥିବା ବେଳେ ଭୋଟର ହାତ ପାହାନ୍ତାରେ ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନଙ୍କୁ ଦେଖି ବେଶ୍ ଉତ୍ସାହିତ ଅଛନ୍ତି । ଏହି ନିର୍ବାଚନରେ ବିିଭିନ୍ନ ଯୋଜନା କରି ଦଳର ନେତାମାନେ ବୈତରଣୀ ପାରି ହେବା ଲକ୍ଷ୍ଯ ରଖିଛନ୍ତି ।
ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ତାର ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଏଥିରୁ କଂଗ୍ରେସ କୌଣସି ଗୁଣରେ କମ୍ ନ ଥିଲା ପରି ମନେ ହେଉଛି । ଆଜି ଧର୍ମଶାଳା କଂଗ୍ରେସ ବିଶାଳ ବାଇକ୍ ଶୋଭାଯାତ୍ରାରେ ତାର ଶକ୍ତି ପ୍ରଦର୍ଶନ କରିଛି । ଧର୍ମଶାଳା କଂଗ୍ରେସ ବିଧାୟକ ପ୍ରାର୍ଥୀ କିଶାନ ପଣ୍ଡା ଏହି ବାଇକ ଶୋଭାଯାତ୍ରାରେ ବିଭିନ୍ନ ପଂଚାୟତ ପରିକ୍ରମା କରିଥିଲେ । ଜାରକା ଶାନ୍ତି ବଜାରରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ପ୍ରଚାରରେ କଂଗ୍ରେସର ଗ୍ୟାରେଂଟିକୁ ନେଇ ଲୋକଙ୍କ ନିକଟରେ ପଂହଚି ଦଳ ଓ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ବିଭିନ୍ନ ସ୍ଥାନରେ କିଶାନଙ୍କୁ ବିପୁଳ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ଏହି ଶୋଭାଯାତ୍ରାରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ରାୟ, କୃଷକ ନେତା ବସନ୍ତ ପରିଡା, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ତରାଇ, ପୂର୍ବତନ ସମିତିସଭ୍ୟ ପ୍ରଭାତ ରଂଜନ ରାଉତ, ସୁଧାକର ରାଉତ, ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଜୟ କୁମାର ରାଉତ, ନରୋତମ ନାୟକ, ନକୂଳ ଜେନା, ଦୀପକ ବଳ ଓ ଦେବାଶିଷ ପରିଡାଙ୍କ ସହ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।