ଭୁବନେଶ୍ୱର – ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ୧୯, ୨୦ ଓ ୨୧ ତାରିଖରେ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁÂିତ ହେବ । ୨୪୯ଟି ବୁଥ୍ରେ ୪୯୮ଟି ଦଳ ଅନ୍ତର୍ଭୁକ୍ତ ୯୯୬ଟି ଟୀକାଦାନକାରୀ ଏହି ବ୍ୟାପକ କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ରେଲୱେ ଷ୍ଟେସନ୍, ବସ୍ଷ୍ଟାଣ୍ଡ ଓ ହାଟ ପ୍ରଭୃତି ଗହଳି ସ୍ଥାନ ମାନଙ୍କରେ ବହିରାଗତ ଶିଶୁମାନଙ୍କ ୁ ପୋଲିଓ ଟୀକା ଦେବା ପାଇଁ ୩୦ଟି ଅସ୍ଥାୟୀ ଦଳ ଗଠନ କରାଯାଇଛି । ୫ଟି ଭ୍ରମ୍ୟମାଣ ଦଳ ମୁତୟନ ହୋଇ ସମସ୍ତ ନିର୍ମାଣାଧିନ ସ୍ଥଳୀଗୁଡ଼ିକରେ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ସମାହିତ ହେବ ।
ଏହି ବିଶାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପଲସ୍ ପୋଲିଓ ଟୀକାକରଣ-୨୦୨୦ର ସିଟି ଟାସ୍କଫୋର୍ସ ବୈଠକ ଅନୁÂିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ମୁ୍ୟନିସିପାଲ କର୍ପୋରେସନର୍ କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ କହିଲେ ଯେ, ୫ ବର୍ଷରୁ କମ୍ ସମସ୍ତ ଶିଶୁଙ୍କୁ ଏହି ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ଜରୁରୀ ।
ଏଥିନିମନ୍ତେ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ ରାଜଧାନୀର ପ୍ରତ୍ୟେକ ଘର ବୁଲି ସୂଚନା ଦେବା ଓ ସଚେତନତାର ପ୍ରସାର କରାଇବା ଆବଶ୍ୟକ । ରାଜଧାନୀର ବିଭିନ୍ନ ବସ୍ତିରେ ରହୁଥିବା ପରିବାରଗୁଡ଼ିକର ୫ବର୍ଷରୁ କମ୍ ସମସ୍ତ ଶିଶୁ ଯେପରି ଏହି ପୋଲିଓ ଟୀକାକରଣ ସୁଯୋଗ ନେଇପାରିବେ ସେ ଦିଗରେ ସମସ୍ତ ଉଦ୍ୟମ କରିବାକୁ ଶ୍ରୀ ଚୌଧୁରୀ ପରାମର୍ଶ ଦେଇଥିଲେ । କେଉଁ ଅଂଚଳରେ କେଉଁଠି ବୁଥ୍ ହୋଇଛି, ସେ ସମ୍ବନ୍ଧରେ ଜାଣିବା ପାଇଁ ଭୁବନେଶ୍ୱର ମୁ୍ୟନିସିପାଲ କର୍ପୋରେସନ ୱେବ୍ସାଇଟ୍ରେ ଲିଙ୍କ୍ ଦିଆଯିବ । ଭୁବନେଶ୍ୱର ଡଟ୍ ମି ରେ ମଧ୍ୟ ଏ ସମ୍ବନ୍ଧୀୟ ପୂର୍ଣ୍ଣାଙ୍ଗ ତଥ୍ୟ ରହିବ । ନିକୋ ପାର୍କ ଓ ଅନ୍ୟାନ୍ୟ ପାର୍କରେ କେତେଗୁଡ଼ିଏ ମଡେ଼ଲ ଟୀକାକରଣ ବୁଥ୍ କରାଯାଇ ଶିଶୁମାନଙ୍କ ପାଇଁ ଟୀକାଦାନ ସଙ୍ଗେ ସଙ୍ଗେ ଖେଳିବାର ବ୍ୟବସ୍ଥା ମଧ୍ୟ କରାଯିବାକୁ ଶ୍ରୀ ଚୌଧୁରୀ ନିଦେ୍ର୍ଧଶ ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ୨୦୦୯ ମସିହାରେ ଆମ ଦେଶରେ ବିଶ୍ୱର ୫୦ ପ୍ରତିଶତରୁ ଅଧିକ ପୋଲିଓ ରୋଗୀ ଥିଲେ, ୨୦୧୪ ମାର୍ଚ୍ଚ ମାସରେ ଭାରତକୁ ପୋଲିଓମୁକ୍ତ ଦେଶଭାବେ ଘୋଷଣା କରାଯାଇପାରିଛି । ବ୍ୟାପକ ଟୀକାକରଣ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ତେବେ ୨୦୨୩ ମସିହା ସୁଦ୍ଧା ସାରା ବିଶ୍ୱର ଶିଶୁମାନଙ୍କୁ ପାଟିରେ ପୋଲିଓ ଟୀକାର ବୁନ୍ଦା ଦେବା ବନ୍ଦ କରାଯିବ ।