-
ରୋଡ୍ ସୋ ବେଳେ ବିଜେଡି ସରକାରକୁ ଟାର୍ଗେଟ
ଭୁବନେଶ୍ୱର, ସମ୍ବଲପୁରରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ରୋଡ୍ ସୋ ବେଳେ ବିଜେଡି ସରକାର ଉପରେ ବର୍ଷିଛନ୍ତି ଗିରିରାଜ । ସେ କହିଛନ୍ତି ଯେ, ଓଡ଼ିଶାରେ ସରକାର ବଦଳିବ, ବିଜେପି ସରକାର ଗଢ଼ିବ । ‘ନବୀନ ବାବୁଙ୍କୁ ୭୭ ହେଲାଣି, ଓଡ଼ିଆ ଅସ୍ମିତା ଶେଷ କରିଛନ୍ତି । ‘ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ । ଓଡ଼ିଶାବାସୀ ବିରୋଧ କରିବା କଥା, ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେଉ । ବିଜେପି ସରକାର ହେବ । ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ହେବ ବୋଲି କହିଛନ୍ତି ଗିରିରାଜ । ଓଡ଼ିଶାରେ ଶାସନ ହିଁ ନାହିଁ, ନବୀନ ବାବୁ ନଜର ବନ୍ଦୀ ରହିଛନ୍ତି । ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ନୂତନ ସରକାର ଗଢ଼ିବୁ ବୋଲି ସେ କହିଛନ୍ତି ।