ଚମ୍ପୁଆ, ଚମ୍ପୁଆରେ କଂଗ୍ରେସ ପ୍ରାର୍ଥୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କ ଦମଦାର ମାରାଥନ ପ୍ରଚାର ଚାଲିଥିବା ବେଳେ ତାଙ୍କ ପ୍ରତି ବହୁ ମାତ୍ରାରେ ଲୋକଙ୍କ ସମର୍ଥନ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ବିଭିନ୍ନ ପଞ୍ଚାୟତର ପ୍ରତି ଗ୍ରାମରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ପ୍ରଚେଷ୍ଟା ଜାରି ରଖି ଥିବା ଯଶୋବନ୍ତ ଆଜି ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡ଼ିଆ, ସୁନାପୋଷି, ନାରଦପୁର, ରିମୁଳି, କାଳିକାପ୍ରସାଦ, ରଜିଆ ଆଦି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଜୋରଦାର ପ୍ରଚାର କରିଛନ୍ତି। ଏହି ପ୍ରଚାର ସମୟରେ ସମସ୍ତ ଗ୍ରାମରେ ଲୋକମାନେ ଅତି ଆଗ୍ରହର ସହିତ ଯଶୋବନ୍ତଙ୍କୁ ବାଜା ବାଣ ସହିତ ବନ୍ଦାପନା ପୁର୍ବକ ସଭାସ୍ଥଳକୁ ପାଛୋଟି ନେଉଥିବା ଦୃଶ୍ୟ ବେଶ ଆକାର୍ଷଣୀୟ ହୋଇଥିବା ବେଳେ ଯଶୋବନ୍ତ ମଧ୍ୟ ଲୋକ ମାନଙ୍କ ସହିତ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଖୋଲା ଖୋଲି ଆଲୋଚନା କରିଥିବା ଦେଖା ଯାଇଛି। ତାଙ୍କ ପ୍ରଚାରରେ ଲୋକଙ୍କ ଆଗ୍ରହ ତଥା ସଭାସ୍ଥଳରେ ପ୍ରବଳ ଜନ ସମାଗମ ହେଉଥିବା ଦେଖି ବିରୋଧିଙ୍କ ମଧ୍ୟରେ ଛନକା ପଶିଥିବା କୁହା ଯାଉଛି। ତେବେ ଚମ୍ପୁଆ ବିଧାନସଭା କ୍ଷେତ୍ର ପାଇଁ ୧୫ଜଣ ବିଧାୟକ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ ବିଜେଡି ରୁ ଟିକେଟ ପାଉ ପାଉ ଏକତରଫା ବିଜୟ ହାସଲ କରିବାର ସ୍ବପ୍ନ ଦେଖିଥିବା ସନାତନ ମହାକୁଡ଼ଙ୍କ ପ୍ରତି ଜନ ସମର୍ଥନ ଦିନକୁ ଦିନ ଖସିବାରେ ଲାଗିଥିବା ବେଳେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଯଶୋବନ୍ତ ସିଂ ଲାଗୁରୀଙ୍କ ପ୍ରତି ଜନ ସମର୍ଥନ ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଯାହା ସନାତନଙ୍କ ପାଇଁ ଗଳାରେ କଣ୍ଟା ଲାଗିବା ସଦୃଶ୍ୟ ପରିଲକ୍ଷିତ ହେଉଥିବା କୁହା ଯାଉଛି। ଏବେ ନିର୍ବାଚନ କ୍ଷେତ୍ରରେ ଆଉ ତ୍ରିମୁଖୀ ନୁହେଁ ଦ୍ବିମୁଖୀ ଲଢେଇ କଂଗ୍ରେସ ବିଧାୟକ ପ୍ରାର୍ଥୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କ ସହିତ ବିଜେପି ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କ ମଧ୍ୟରେ ହେବାନେଇ ମଧ୍ୟ ରାଜନୈତିକ ସମୀକ୍ଷକ ମହଲରେ ଆଲୋଚନା ହେଉଛି। ତେବେ ଆସନ୍ତା ୨୫ ତାରିଖରେ ଜନତା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି, କିଏ ଉଡ଼ାଇବ ବିଜୟର ବାନା ଦେଖିବାକୁ ବାକି ରହିଲା।
Related Stories
December 22, 2024