ମାଲକାନଗିରି, ବାତ୍ୟା ଭଳି ମାଡ଼ିଆସିଲା କାଳବୈଶାଖୀ । ଯେତିକି ଢାଳିଲା ତା ଠାରୁ ଅଧିକ ଉଜାଡ଼ିଲା । କିଛି ମିନିଟ୍? ମଧ୍ୟରେ ଶତାଧିକ ଘରକୁ ମାଟିରେ ମିଶାଇଦେଲା । ଗତକାଲି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ରେ କାଳବୈଶାଖୀ ଭୀଷଣ ଆକାର ଧାରଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି କିଛି ଦିନ ହେଲା ଗରମ ହନ୍ତସନ୍ତ କରୁଥିଲା । ଗତକାଲି ସଂଧ୍ୟାରେ ହଠାତ୍ ପାଗ ପରିବର୍ତନ ହୋଇଥିଲା । ପବନ ବହିବା ସହ ତୁହାକୁତୁହା ବଜ୍ରପାତରେ ପ୍ରକମ୍ପିତ ହୋଇଥିଲା ଖଣ୍ଡମଣ୍ଡଳ । ରାତି ହେବା ବେଳକୁ ଘଡ଼ିଘଡ଼ି ସହ ବର୍ଷା ପରିବେଶକୁ ସଂପୂର୍ଣ୍ଣ ଶୀତଳ କରିଛି । କିନ୍ତୁ ବେଜାଙ୍ଗିବାଡ଼ା ଓ ଚିନ୍ତଲବାଡା ପଞ୍ଚାୟତରେ ବିପୁଳ କ୍ଷୟକ୍ଷତି ଘଟାଇଛି । କିଛି ଘଣ୍ଟାର ବର୍ଷା ଓ ପବନରେ ଶତାଧିକ ଘର ଭାଙ୍ଗିଯାଇଛି । ଚିନ୍ତାଳବାଡା ପଞ୍ଚାୟତ ରେ ପ୍ରାୟ ୧ ୫ ଟି ଘର ଭାଙ୍ଗି ଥିବା ବେଳେ ବେଜାଙ୍ଗିବାଡା ପଞ୍ଚାୟତରେ ୧ ୦ଟି ଘର ଭାଙ୍ଗି ଥିବା ଜଣାପଡ଼ିଛି । ସିନ୍ଧିଗୁଡା ଗ୍ରାମ ରେ ଅଙ୍ଗନବାଡି କେନ୍ଦ୍ର କ୍ଟ ଏମପିଭି ୨ ୧ ଗ୍ରାମ ରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କାଳବୈଶାଖୀଯୋଗୁଁ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିଛି । ଏହାବ୍ୟତୀତ ଅନ୍ୟ କେତେକ ଅଞ୍ଚଳରେ ଘର ଭାଙ୍ଗିବା ନେଇ ଖବର ମିଳୁଛି । ବ୍ଲକର ଅନ୍ୟ ପଞ୍ଚାୟତରେ ବି କ୍ଷୟକ୍ଷତି ହୋଇଥିବା କୁହାଯାଉଛି । ଯାହାର ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନି । କାଳବୈଶାଖୀ ଜନିତ ବଜ୍ରପାତ ରେ ଚିନ୍ତଲବାଡା ପଞ୍ଚାୟତ ସିନ୍ଧିଗୁଡା ଗ୍ରାମର ଗଙ୍ଗା ମାଡକାମୀଙ୍କ ସ୍ତ୍ରୀ ଶୁକ୍ରୀ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଶୁକ୍ରୀ ନିଜ ଜମିକୁ ବାଦାମ ତୋଳିବାକୁ ଯାଇଥିବାବେଳେ ବଜ୍ରପାତ ହୋଇଥିଲା । ବଜ୍ରପାତ ଯୋଗୁଁ ସେ ଅଚେତ ହୋଇ ପଡିଥିଲା । ତୁରନ୍ତ ନିକଟରେ ଥିବା ଗ୍ରାମବାସୀ ଓ ପରିବାର ଲୋକ ଘରକୁ ଆଣିଥିଲେ ହେଲେ ସେତେ ବେଳକୁ ଶୁକ୍ରୀ ମୃତ୍ୟୁ ବରଣ କରିସାରିଥିଲା । ଆଜି କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗ୍ରାମବାସୀ ଶୁକ୍ରୀ ର ଶବ ଆଣିବା ପରେ ବ୍ୟବଛେଦ କରାଯାଇଥିଲା ।
Related Stories
December 21, 2024