ଭୁବନେଶ୍ୱର,ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାର ଓଡ଼ିଶା ଉପରେ ସିଧା ସଳଖ ପ୍ରଭାବ ନାହିଁ । ଆଇଏମଡି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଓଡ଼ିଶା ଉପକୂଳ ଅତିକ୍ରମ କରିବନି । ଓଡ଼ିଶା ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ରହିବ ନାହିଁ । କେବଳ ୨୫ ଓ ୨୬ ତାରିଖ ପାଇଁ ଦୁଇ ଜିଲ୍ଲା ଯଥା ବାଲେଶ୍ୱର ଓ ଭଦ୍ରକକୁ ବର୍ଷା ଆଲର୍ଟ ରହିଛି ।୨ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ମତ୍ସ୍ୟଜୀବୀମାନଙ୍କୁ ୨୩ ତାରିଖରୁ ସମୁଦ୍ର ଯିବା ମନା କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି, ୨୩ ସୁଦ୍ଧା ଫେରିଆସିବାକୁ ପରାମର୍ଶ ଦିଆଯାଇଛି ।
Related Stories
December 21, 2024