
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆନ୍ତର୍ଜାତିୟ ପର୍ଯ୍ଯଟନ ମାନଚିତ୍ରରେ ପୁରୀର ସ୍ଥାନ ସ୍ବତନ୍ତ୍ର। ସେଥିଲାଗି ରାଜ୍ଯ ସମେତ ଦେଶବିଦେଶର କୋଣ ଅନୁକୋଣରୁ ପର୍ଯ୍ଯଟକ ମାନଙ୍କ ସୁଅ ଛୁଟିବାରେ ଲାଗିଛି। ଏହାରି ମଧ୍ଯରେ ପୁରୀ ଗସ୍ତରେ ଆସିଥିଲେ ଜାପାନୀ ପର୍ଯ୍ଯଟକ ଆକିଏ ଦୋଇ। ଶ୍ରୀମତୀ ଦୋଇ ସ୍ୱର୍ଣ୍ଣାଭ ବେଳାଭୂମି ଓ ସହର ପରିଭ୍ରମଣ କରିଥିଲେ। ଭ୍ରମଣ ସମୟରେ ବେଳାଭୂମି ଓ ସହର ପରିସରେ ଅଳିଆ ଆବର୍ଜନା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ପରେ ଆକିଏ ଦୋଇ ପ୍ରତେକ ଦିନ ସକାଳେ ବେଳାଭୂମି ଓ ସହର ମଧ୍ଯରୁ ଅଳିଆ ସଫା କରିଥିଲେ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୪ ମାସ ଧରି ଏଭଳି ମହାନ କାର୍ଯ୍ୟ ଜାରି ରଖିଛନ୍ତି। ଏନେଇ ପର୍ଯ୍ଯଟକ ଦୋଇ କହିଛନ୍ତି, ଭାରତ ବର୍ଷର ପବିତ୍ରଧାମ ହେଉଛି ପୁରୀ। ଏଠାରେ ବିଶ୍ବନିୟତା ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ। ଏଠାକାର ମାଟିରେ ପବିତ୍ରତା ଭରି ରହିଛି । ତେଣୁ ଏହି ମାଟିକୁ ଅଳିଆ ସ୍ପର୍ଶ କରିବାକୁ ଦେବା ନାହିଁ ଓ ସମସ୍ତେ ଏକତ୍ରିତ ହୋଇ ପବିତ୍ରଧାମକୁ ସ୍ବଚ୍ଛ ରଖିବାକୁ ଆହ୍ଵାନ ଦେଇଛନ୍ତି। ଏହି ଅବସରରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ କୁହନ୍ତି, ଆକିଏ ଦୋଇ ୪ ମାସ ଧରି ପୁରୀରେ ରହିଛନ୍ତି। ତାଙ୍କୁ ବେଳାଭୂମି ଓ ସହର ପରିଭ୍ରମଣ କରିବାକୁ ଭଲ ଲାଗିଥାଏ। ଉଭୟ ପରିବେଶ ଅଳିଆ ହୋଇଥିବାରୁ ନିଜେ ସଫା କରିଥାନ୍ତି । ତେଣୁ ଆମେ ପଶାସନକୁ ଦୋଷ ନ ଦେଇ ପ୍ରଥମେ ନିଜ ଘର ଓ ଦ୍ବାର ସଫା ରଖିବା ସହ ଅନ୍ଯକୁ ପରିବେଶକୁ ସଫା ରଖିବାକୁ ସଚେତନତା କରେଇବା ଆବଶ୍ଯକ। କେବଳ ଯେ,ସଫେଇ ତା ନୁହେଁ ସହରରେ ବୁଲା କୁକୁରଙ୍କୁ ମଧ୍ଯ ନିଜେ ଖାଇବାକୁ ଦେଇଥାନ୍ତି।ତାଙ୍କର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା ମଧ୍ୟ କରିଛନ୍ତି |