-
ବିଜେପି ଶାସିତ ଅନ୍ୟ ରାଜ୍ୟ ଗୁଡ଼ିକରେ ଦିବ୍ୟାଙ୍ଗମାନଙ୍କ ଜମି କିମ୍ବା ଘର କିଣା ଉପରେ କୌଣସି ପ୍ରକାର ରାଜସ୍ୱ ଷ୍ଟାମ୍ପ ଡୁୃ୍ୟଟି ଲାଗୁ କରାଯାଉ ନଥିôବାବେଳେ ଓଡ଼ିଶାରେ ଦିବ୍ୟାଙ୍ଗମାନଙ୍କ ପାଖରୁ ଏହା ଆଦାୟ କରାଯାଉଛି
ଭୁବନେଶ୍ୱର, ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନେ କିଭଳି ସାମାଜିକ ନ୍ୟାୟ ପାଇପାରିବେ ଏବଂ ସମାଜରେ କିଭଳି ସଶକ୍ତ ହୋଇପାରିବେ ସେ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପ୍ରୟାସ କରୁଛନ୍ତି । କଂଗ୍ରେସ ୭୫ବର୍ଷ ଶାସନ କରିବା ପରେ ମଧ୍ୟ “ଦିବ୍ୟାଙ୍ଗ ଅଧିକାର ଅଧିନିୟମ’’ ପାସ୍ କରିନଥିଲେ । ମୋଦିଜୀ ଶାସନକୁ ଆସିବା ପରେ ୨୦୧୬ରେ ସଂସଦରେ ତାହା ପାସ କରାଯାଇଥିଲା । ଏହା କରିବା ଦ୍ୱାରା ଦିବ୍ୟାଙ୍ଗଙ୍କ ଜୀବନରେ ପରିବର୍ତନ ହୋଇଥିଲା । ବିକଳାଙ୍ଗ ଶବ୍ଦକୁ ବ୍ୟବହାର ନକରି ଦିବ୍ୟାଙ୍ଗ କହିବା ସହ ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ । ମୋଦି ସରକାର ଦ୍ୱାରା ଦିବ୍ୟାଙ୍ଗମାନଙ୍କ ପାଇଁ “ସୁଗମ ଭାରତ” ଆପ୍ ପ୍ରତିଷ୍ଠା କରିଛନ୍ତି । ଏହି ଆପ୍ ଦ୍ୱାରା ଜଣେ ଦିବ୍ୟାଙ୍ଗ ସାରା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ, ବିଦ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସମାନଙ୍କରେ ନିଯୁକ୍ତି ପାଇଛନ୍ତି ଓ କ୍ରୀଡା କ୍ଷେତ୍ରରେ ନୂଆ କୀର୍ତିମାନ ସ୍ଥାପନ କରିପାରିଛନ୍ତି । ମୋଦିଜୀ ସବୁ ରାଜ୍ୟର ଦିବ୍ୟାଙ୍ଗ ବର୍ଗଙ୍କ ପ୍ରତି କୌଣସି ଭେଦଭାବ ନରଖି ସୁବ୍ୟବସ୍ଥା କରିଛନ୍ତି ବୋଲି ନମୋ ଦିବ୍ୟାଙ୍ଗ ଅଭିଯାନର ରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ବିକାଶ ଶର୍ମା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି, ଦିବ୍ୟାଙ୍ଗ ଅଧିକାର ଅଧିନିୟମକୁ ମୋଦିଜୀ ୩% ରୁ ୫% ଶିକ୍ଷା କ୍ଷେତ୍ରରେ ସଶକ୍ତିକରଣ କରିଛନ୍ତି । ମୋଦିଜୀଙ୍କ ନେତୃତ୍ୱରେ ଦେଶରେ ୪ ଚକିଆ ଗାଡ଼ି କିଣିବା ଉପରେ ଦିବ୍ୟାଙ୍ଗ ପାଇଁ ଜିଏସ୍ଟି, ବୀମା ଏବଂ ଫାଷ୍ଟଟ୍ୟାଗ୍କୁ ଛାଡ଼ କରି ଦିଆଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ଟୋଲ ଟ୍ୟାକ୍ସ ଛାଡ଼ କରିଛନ୍ତି । ଏଥିସହ ଦିବ୍ୟାଙ୍ଗ ସାଧରଣବୀମା ୫୦ ପତିଶତ ଛାଡ ସହ ଉପଲବ୍ଧ କରାଇଛନ୍ତି । ଦିବ୍ୟାଙ୍ଗମାନଙ୍କ ପାଇଁ ଜିଏ୍ସଟି ସହ ୪ ଚକିଆଯାନରେ ରୋଡ ଟ୍ୟାକ୍ସ ଛାଡ଼ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟର ଭ୍ରଷ୍ଟାଚାରୀ ବିଜେଡି ସରକାର ତାହା ଲାଗୁ କରୁନାହିଁ । ମୋଦିଜୀଙ୍କ ଡବଲ୍ ଇଞ୍ଜିନ ସରକାର ଥିବା ସବୁ ବିଜେପି ଶାସିତ ରାଜ୍ୟରେ ରୋଡଟ୍ୟାକ୍ସ ଛାଡ କରାଯାଇଥିବାବେଳେ ଓଡ଼ିଶାରେ ନବୀନ ସରକାର ଏହା ଉପରେ ଗୁରୁତ୍ୱ ଦେଇନଥିଲେ । ଯେତେବେଳେ ଅଟୋମେଟିକ୍ ଯାନ ଉପରେ ରୋଡଟ୍ୟାକ୍ସ ପ୍ରାବଧାନ ଆସିଲା, ତାହକୁ ଅନେକ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଓଡିଶାର ଦିବ୍ୟାଙ୍ଗମାନେ ଏ ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇବାପରେ କେନ୍ଦ୍ର ସରକାର ରାଜ୍ୟ ସରକାର ଉପରେ ଚାପ ପ୍ରୟୋଗ କରିବାରୁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏବେ ଏହି ନିୟମ ଓଡିଶାରେ ଲାଗୁ କରିଛନ୍ତି । ଏପରି ଅନେକ ଯୋଜନା ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଦିବ୍ୟାଙ୍ଗମାନଙ୍କ ପାଖରେ ପହଂଚିପାରୁନାହିଁ । କିନ୍ତୁ ମୋଦି ସରକାର ଗ୍ୟାରେଂଟି ଦେଇ ସୁନିଶ୍ଚିତ କରୁଛନ୍ତି ଯେ, ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ଯାହାବି ବାଧା ଆସିବ ତାହାକୁ ଦୂର କରାଯିବ । ଏଥିପାଇଁ ଭାରତୀୟ ଜନତା ପାର୍ଟି ତୃତୀୟଥର ପାଇଁ ନିଜର ସଂକଳ୍ପ ପତ୍ରରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ଅଧ୍ୟାୟ ରଖିବା ସହ ଭାଜପା ସରକାର ଆସିଲେ ଦିବ୍ୟାଙ୍ଗମାନଙ୍କ ପାଇଁ ସମସ୍ତ ଆବଶ୍ୟକ ବିକଶିତ ଉପକରଣକୁ ଆଧୁନିକ କୌଶଳ ପ୍ରୟୋଗକରି ତିଆରି କରାଯିବ । ଏସବୁ ଉପକରଣ ତିଆରି କରୁଥିôବା ସବୁ ସଂସ୍ଥାଗୁଡ଼ିକର କାର୍ଯ୍ୟକୁ ଅଧିକ ବ୍ୟାପକ କରାଯିବ । ଏହି ସଂକଳ୍ପ ପତ୍ରରେ ମୋଦିଜୀ ଗ୍ୟାରେଂଟି ଦେଇଛନ୍ତି କି ବିଜେପି ସରକାର ଆସିଲେ ଦିବ୍ୟାଙ୍ଗମାନଙ୍କୁ ଆବାସ ଯୋଜନାରେ ଅଗ୍ରଧିକାର ଦିଆଯିବ । ଯେଉଁ ଦିବ୍ୟାଙ୍ଗମାନଙ୍କ ପୂର୍ବରୁ ଘର ନଥିଲା ସେମାନଙ୍କୁ ଏହି ଯୋଜନା ଦ୍ୱାରା ଲାଭାନ୍ୱିତ ହେବେ । ୨୦୧୬ ଦିବ୍ୟାଙ୍ଗ ଅଧିନିୟମରେ ଲାଗୁ କରାଯାଇଥିବା ସମସ୍ତ ନିୟମ ସହ ସମୟ ସମୟରେ ଦିବ୍ୟାଙ୍ଗମାନେ ଉଠାଇଥିବା ବିଭିନ୍ନ ଦାବିକୁ ମଧ୍ୟ ଲାଗୁ କରିବା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି । ଡବଲ ଇଞ୍ଜିନ ସରକାରରେ ଅନେକ ଲାଭ ରହିଛି । ବିଜେପି ଶାସିତ ଅନ୍ୟ ରାଜ୍ୟ ଗୁଡ଼ିକରେ ଦିବ୍ୟାଙ୍ଗମାନଙ୍କ ଜମି କିମ୍ବା ଘର କିଣା ଉପରେ କୌଣସି ପ୍ରକାର ରାଜସ୍ୱ ଷ୍ଟାମ୍ପ ଡୁୃ୍ୟଟି ଲାଗୁ କରାଯାଉ ନଥିôବାବେଳେ ଓଡ଼ିଶାରେ ଦିବ୍ୟାଙ୍ଗମାନଙ୍କ ପାଖରୁ ଏହା ଆଦାୟ କରାଯାଉଛି । ସେମାନଙ୍କ ପାଖରୁ ଘର କିଣିବା ବାବଦରେ ଟ୍ୟାକ୍ସ ନିଆଯାଉଛି । “ଡବଲ୍ ଇଞ୍ଜିନ ସରକାର” ଥିବା ଅନ୍ୟ ରାଜ୍ୟ ଗୁଡ଼ିକରେ ଘର ଓ ପାଣି ଟ୍ୟାକ୍ସ ଛାଡ଼ କରାଯାଇଥିବାବେଳେ, ଓଡ଼ିଶାରେ କିନ୍ତୁ ସେମାନଙ୍କୁ ଏହା ଛାଡ଼ୁ କରାଯାଉନାହିଁ । ଓଡ଼ିଶାରେ “ଡବଲ ଇଞ୍ଜିନ ସରକାର” ହେଲେ ଦିବ୍ୟାଙ୍ଗମାନେ ଅଧିକ ଲାଭନ୍ୱିତ ହେବେ । ଉଦ୍ୟୋଗ କ୍ଷେତ୍ରରେ ମୋଦି ଓ ବିଜେପି ସରକରାରଙ୍କ ନେତୃତ୍ୱରେ ଦିବ୍ୟାଙ୍ଗମାନେ ସରକାରୀ ସବ୍ସିଡ୍ ନେଇ ଉଦ୍ୟୋଗୀ ହେବା ସମ୍ଭବ ହୋଇପାରିବ । ମୋଦିଜୀ ଦିବ୍ୟାଙ୍ଗମାନଙ୍କ ପାଇଁ ଆଉ ଏକ ବଡ଼ କାର୍ଯ୍ୟ କରିଛନ୍ତି । ରାଜସ୍ଥାନ ଚୁରୁ ସଂସଦୀୟ କ୍ଷେତ୍ରରୁ ଦେବେନ୍ଦ୍ର ଝାଞ୍ଜରିଆ ଦିବ୍ୟାଙ୍ଗଙ୍କୁ ଲୋକସଭାରେ ପ୍ରାର୍ଥୀ କରି ଆଗାମୀ ପିଢ଼ୀର ଦିବ୍ୟାଙ୍ଗମାନଙ୍କ ପାଇଁ ରାଜନୈତିକ ମାର୍ଗ ପ୍ରଶସ୍ତ କରିଛନ୍ତି । କିନ୍ତୁ ଓଡିଶାରେ ବିଜେଡି ସରକାର ଦିବ୍ୟାଙ୍ଗ ମାନଙ୍କର ସାମାଜିକ ଏବଂ ରାଜନେତିକ ଅଧିକାରକୁ ଛଡ଼ାଇ ନେଇଛି । ମହାପଭୁ ଜଗନ୍ନାଥଙ୍କ ଦର୍ଶନ ଏବଂ ଓଡ଼ିଶାରେ ଯେତେ ତୀର୍ଥ କ୍ଷେତ୍ର ଓ ପର୍ଯ୍ୟଟନ କ୍ଷେତ୍ର ଅଛି କୌଣସି ସ୍ଥାନରେ ଦିବ୍ୟାଙ୍ଗମାନଙ୍କ ଯାତାୟତ ପାଇଁ ସୁଗମ ବ୍ୟବସ୍ଥା କରିନାହାନ୍ତି । ଏହାଛଡ଼ା ବିଜେଡି ସରକାର ଦୃଷ୍ଟିହୀନ, ବଧିର ଦିବ୍ୟାଙ୍ଗ ଭାଇ, ଭଉଣୀମାନଙ୍କ ଶିକ୍ଷା ଲାଭ ପାଇଁ କୌଣସି ସ୍ୱତନ୍ତ୍ର ବିଦ୍ୟାଳୟ ଖୋଲିନାହାନ୍ତି । ଦିବ୍ୟାଙ୍ଗମାନଙ୍କ ପ୍ରମାଣପତ୍ର ଥାଇ ମଧ୍ୟ ବସ୍ ପାସ୍, ରାସନ କାର୍ଡ, ସ୍ୱାସ୍ଥ୍ୟ କାର୍ଡ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ଠିକ୍ ରୂପେ ସେମାନଙ୍କ ପାଖରେ ପଂହଚିପାରୁ ନାହିଁ । ରାଜ୍ୟ ରାଜଧାନୀକୁ ଶିକ୍ଷା, ନିଯୁକ୍ତି ଆଶାରେ ଆସୁଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ସରକାରୀ ଆଶ୍ରୟସ୍ଥଳର ସୁବିଧା ନାହିଁ । ଏନେଇ ସେମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାରଙ୍କ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ ହଜାର, ହଜାର କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ମାତ୍ର ଏହାର ସୁଫଳତା ଦିବ୍ୟାଙ୍ଗମାନଙ୍କୁ ମିଳୁନାହିଁ । ଦିବ୍ୟାଙ୍ଗ ଆୟୁକ୍ତ ଏବଂ ନିର୍ଦ୍ଦେଶାଳୟ ସଚିବାଳୟ ଭିତରକୁ ଚାଲିଯାଇଥିବାବେଳେ ଦିିବ୍ୟାଙ୍ଗମାନେ କୌଣସି ଅଭିଯୋଗ ଜଣାଇପାରୁନାହାନ୍ତି ବୋଲି ଶ୍ରୀ ଶର୍ମା ରାଜ୍ୟ ସରକାରଙ୍କୁ ଭର୍ସନା କରିବା ସହ କ୍ଷୋଭ ପ୍ରକାଶ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ, ନମୋ ଦିବ୍ୟାଙ୍ଗ ଅଭିଯାନ ସେଲର ରାଜ୍ୟ ସଂଯୋଜକ ସତ୍ୟନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।