ନୂଆଦିଲ୍ଲୀ, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଳିତ ବର୍ଷ ବାଙ୍ଗାଲୁରୁରେ ଦାୟର ଆତଙ୍କବାଦୀ ଚକ୍ରାନ୍ତର ଏକ ମାମଲାରେ ବିଭିନ୍ନ ରାଜ୍ୟର ୧୧ଟି ସ୍ଥାନରେ ଚଢ଼ଉ କରିଛି । ମଙ୍ଗଳବାର ଏନଆଇଏ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ବାଙ୍ଗାଲୁରୁର ରାମେଶ୍ଵର କାଫେରେ ବିସ୍ଫୋରଣ ମାମଲାର ତଦନ୍ତ କରୁଥିବା ଏନଆଇଏ ମାର୍ଚ୍ଚ ୩ ତାରିଖରେ ଏହି ମାମଲାର ତଦନ୍ତ ଦାୟିତ୍ଵ ନିଜ ହାତକୁ ନେଇଥିଲା । ଅପ୍ରେଲ ୧୨ ତାରିଖରେ ମାମଲାରେ ପୋଲିସ ୨ ଜଣ ମୁଖ୍ୟ ଅଭିଯୁକ୍ତ ଅବଦୁଲ ମତିନ ତାହା ଏବଂ ମୁସବିର ହୁସେନ ସାହିବଙ୍କୁ ଗିରଫ କରିଛି ।