
ରୁଦ୍ରପ୍ରୟାଗ,୧୧ ଦିନରେ କେଦାରନାଥ ଧାମରେ ଏପର୍ଯ୍ୟନ୍ତ ୩ ଲକ୍ଷ ୧୯ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ବାବା କେଦାରଙ୍କ ଦର୍ଶନ କରିଛନ୍ତି । କେଦାରନାଥ ଦର୍ଶନ କରିବାକୁ ଆସୁଥିବା ତୀର୍ଥଯାତ୍ରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଥି ଦେବୋ ଭବଃ ପରମ୍ପରା ଅନୁସାରେ ସ୍ଵାଗତ କରାଯାଉଛି ।
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାବା କେଦାରନାଥ ଧାମରେ ବାବା କେଦାରଙ୍କ ଦର୍ଶନ କରିବାକୁ ପହଂଚୁଛନ୍ତି । ଏହି ଶ୍ରଦ୍ଧାଳୁ ମାନଙ୍କ ଯାତ୍ରାକୁ ସୁଗମ, ସୁବ୍ୟବସ୍ଥିତ, ସୁରକ୍ଷିତ ଏବଂ ଯାତ୍ରା ମଙ୍ଗଳମୟ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତ ସୁବିଧା ଏବଂ ବ୍ୟବସ୍ଥା କରିବାକୁ ନିରନ୍ତର ପ୍ରୟାସ କରାଯାଉଛି । ଚାରିଧାମ ଯାତ୍ରାରେ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଯାଉଛି ।