
ଭୁବନେଶ୍ୱର, କଂଗ୍ରେସ ପ୍ରବକ୍ତା ପବନ ଖେଡା ପୁରୀରୁ ବିଜେପିର ଲୋକସଭା ପ୍ରାର୍ଥୀ ଡ. ସମ୍ବିତ ପାତ୍ରଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ଯଦି ସମ୍ବିତ ପାତ୍ର କଂଗ୍ରେସ ପାର୍ଟିରେ ଥାଆନ୍ତେ ତେବେ ଭଗବାନ ଜଗନ୍ନାଥଙ୍କ କୋଟି କୋଟି ଭକ୍ତ ମାନଙ୍କର ଆସ୍ଥା ସହ କୁଠାରାଘାତ କରିଥିବା କାରଣକୁ ତାଙ୍କୁ ପାର୍ଟିରୁ ସଙ୍ଗେ ସଙ୍ଗେ ବାହାର କରି ଦିଆଯାଇଥାନ୍ତା । ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଟିକେ ସାହସ ଦେଖାଇ ତାଙ୍କୁ ବିଜେପିରୁ ବହିଷ୍କାର କରନ୍ତୁ ଓ ସୃଷ୍ଟିର ରଚୟିତା ଭଗବାନ ଜଗନ୍ନାଥଙ୍କ କୋଟି କୋଟି ଭକ୍ତ ମାନଙ୍କ ଠାରୁ ନିଜେ କ୍ଷମା ପ୍ରାର୍ଥନା କରନ୍ତୁ ।