ଭୁବନେଶ୍ୱର/ବାଲେଶ୍ୱର,ଟ୍ରେନ ଯୋଗେ ଭୁବନେଶ୍ୱରରୁ ବାଲେଶ୍ୱର ଗସ୍ତ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ 3ଦିନ ବାଲେଶ୍ୱରରେ କରିବେ ପ୍ରଚାର । ଏ ଏହି ଅବସରରେ ରେଳ ମନ୍ତ୍ରୀ କହିଛନ୍ତି ଯେ, 2014ପୂର୍ବରୁ ରେଲୱେ ପାଇଁ ଓଡିଶାକୁ ମିଳୁଥିଲା ବର୍ଷକୁ ମାତ୍ର 800କୋଟି ଟଙ୍କା । ଏବେ ମୋଦି ଓଡିଶାକୁ ରେଲୱେ ପାଇଁ ଦେଉଛନ୍ତି 10ହଜାର କୋଟିରୁ ଅଧିକ ଟଙ୍କା । କାମ ଯାହା 10ବର୍ଷ ଭିତରେ ହୋଇଛି ତାର ଲିଷ୍ଟ ଦେଇଛନ୍ତି ରେଲୱେ ମନ୍ତ୍ରୀ । ଓଡ଼ିଶାରେ ରେଲୱେ ବିକାଶ କ୍ଷେତ୍ରରେ ଅନେକ କାମ ହୋଇଛି । ଆହୁରି ମଧ୍ୟ କାମ ଚାଲିଛି । 52ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯାଉଛି । ଟେଲିକମ ପାଇଁ 5ହଜାର 300କୋଟି ଟଙ୍କା ଦେଇଛନ୍ତି ନୂଆ ଟାୱାର ପାଇଁ ପ୍ରଧାନମନ୍ତ୍ରୀ । ମୋଟ 10ହଜାର କୋଟି ଟଙ୍କା ଦେଇଛନ୍ତି ଟାୱାର ପ୍ଲସ ଅପ୍ଟିକାଲ ଫାଇବର ପାଇଁ । ଏହା ହୋଇଛି ଓଡିଶା ପାଇଁ ମୋଦିଜୀଙ୍କ ସଦଭାବ । 24ବର୍ଷ ହେଲାଣି ଲୋକ ବିଜେଡି ଶାସନ ଦେଖିଲେଣି । ସ୍କୁଲରେ ଟିଚର ନାହାନ୍ତି । ହସ୍ପିଟାଲରେ ଡ଼କ୍ଟର ନାହାନ୍ତି । ଏଥର ଲୋକେ ମନରେ ନିଶ୍ଚୟ କରିସାରିଛନ୍ତି ଏଥର ଭାରତୀୟ ଜନତା ପାର୍ଟିକୁ ସୁଯୋଗ ଦେଇକି ଦେଖିବେ ବୋଲି କହିଛନ୍ତି ରେଳମନ୍ତ୍ରୀ ।
Related Stories
November 22, 2024