-
ଅଭିଯୁକ୍ତ ଶିବଶଙ୍କର ଦାସଙ୍କୁ କୋର୍ଟରୁ ମିଳିଲାନି ଜାମିନ୍
ଗଞ୍ଜାମ, ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ କୋର୍ଟରୁ ମିଳିଲାନି ଜାମିନ୍ । ଏସଡିଜେଏମ କୋର୍ଟଙ୍କ ପରେ ଜିଲ୍ଲା ଦୌରା ଜଜ୍ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି ।
ପ୍ରକାଶ ଥାଉକି, ଗତ ୧୩ ତାରିଖ ରାତିରେ ଗୋଷାଣୀ ନୂଆଗାଁ ସରକାରୀ ଉତ୍କଳମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥ୍ ରେ ଘଟିଥିଲା ଏହି ହିଂସାକାଣ୍ଡ । ବୁଥ୍ ସମ୍ମୁଖରେ ଠିଆ ହୋଇ ପୋଲିସ ସହ ଆଲୋଚନା କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ଏହି ସମୟରେ ବ୍ରହ୍ମପୁରର ସ୍ୱାଧିନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ । ଫଳରେ ପ୍ରଦୀପଙ୍କ ଛାତିର ପିଞ୍ଜରା ଏବଂ ଫୁସଫୁସରେ ଆଘାତ ଲାଗିଥିଲା । ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲରେ ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ଵର ସ୍ଥିତ ଏମ୍ସ କୁ ସ୍ଥାନାନ୍ତରିତ କରାଯାଇଥିଲା ।