
ନୂଆପଡ଼ା,ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ସୀମାନ୍ତ ସୋସେଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶିବନାରାୟଣପୁର ଗ୍ରାମ ନିକଟରେ କମ୍ବିଂ ବେଳେ ଗୁଳି ଚାଳନା ହୋଇଅଛି। ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଏସଓଜି ଯବାନ ଗୁଳି ବାଜି ଆହତ ହୋଇଥିଲେ। ଆହତ ଯବାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟପୁର ରାମକୃଷ୍ଣ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ଯବାନ ଜଣକ ପ୍ରକାଶ ତାଇ ବୋଲି ଜଣାପଡ଼ିଛି। ସେ ସୁରକ୍ଷିତ ଥିବା ନେଇ ଏସପି ରାଘବେନ୍ଦ୍ର ଗୁଣ୍ଡଲା ରେଡ୍ଡି ସୂଚନା ଦେଇଛନ୍ତି।