ସମ୍ୱଲପୁର, ସୋମବାର ସକାଳେ ସମ୍ବଲପୁରର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି ବିଜୁ ଜନତା ଦଳର ଚର୍ଚ୍ଚିତ ନେତା ଭି କାର୍ତ୍ତିକ ପାଣ୍ଡିଆନ । ସକାଳୁ ସକାଳୁ ଶ୍ରୀ ପାଣ୍ଡିଆନ ମନ୍ଦିରରେ ପହଞ୍ଚି ମାଁ”ଙ୍କ ଦର୍ଶନ ପରେ ମନ୍ଦିରର ଚତୁଃପାର୍ଶ୍ଵରେ ବୁଲି ପରିଷ୍କାର ପରିଛନ୍ନତା ଠିକ ଅଛି ନା ନାହିଁ ତାହା ଦେଖିଥିଲେ । ଆଳତୀ ସ୍ଥଳର କାର୍ଯ୍ୟ କେମିତି ଚାଲିଛି ତାହା ଦେଖିଥିଲେ । ମନ୍ଦିରର ପୂଜକ, ଭକ୍ତମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରକାଶ ଯେ ଗତ ରବିବାର ଦିନ ସମ୍ବଲପୁରର ବିଭିନ୍ନ ସ୍ଥାନକୁ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ କାର୍ତ୍ତିକ ପାଣ୍ଡିଆନ । ସନ୍ଧ୍ୟାରେ ମେଗା ରୋଡ ସୋ କରିଥିଲେ । ପ୍ରଥମ ଦିନରେ ସଫଳତାର ସହିତ କାର୍ଯ୍ୟକ୍ରମ ସାରିବା ପରେ ଦ୍ୱିତୀୟ ଦିନ ଆରମ୍ଭରେ ମା ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ । ଏହାପରେ ସେ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନକୁ ଗସ୍ତ କରିଛନ୍ତି ।
Related Stories
November 22, 2024