-
ବିଜେଡି ବାରମ୍ବାର ଓଡିଆ ସଂସ୍କୃତିର ଅପମାନ କରୁଛି
-
ବିଜେଡି ଶାସନରେ ଓଡିଶା ସମ୍ପଦ କିମ୍ବା ଓଡିଶାର ସାଂସ୍କୃତିକ ଐତିହ୍ୟ ସମସ୍ତେ ଅସୁରକ୍ଷିତ
-
ବିଜେପି ସରକାର ଆସିବା ମାତ୍ରେ ମାଫିଆ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଦିଆଯିବ
-
ରତ୍ନ ଭଣ୍ଡାର ଚାବି ତାମିଲନାଡୁ ପଳାଇଛି
ଭୁବନେଶ୍ୱର/କଟକ/ଅନୁଗୁଳ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମବାର ଦିନ ଓଡିଶାର ଅନୁଗୁଳ ଓ କଟକ ଠାରେ ଆୟୋଜିତ ବିଶାଳ ଜନସଭା ଗୁଡିକୁ ସମ୍ବୋଧିତ କରି ରତ୍ନ ଭଣ୍ଡାର ପରିଚାଳନାରେ ପାରଦର୍ଶିତାର ଅଭାବ, ଦୁର୍ନୀତି, ଓ କେନ୍ଦ୍ରୀୟ ଯୋଜନା ଗୁଡିକୁ ରାଜ୍ୟରେ ଲାଗୁ କରା ନ ଯିବା ନେଇ ପ୍ରବଳ ଆକ୍ରମଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯୁବକ ମାନଙ୍କ ମଧ୍ୟରେ ଉତ୍ସାହ ସ୍ପଷ୍ଟ କରୁଛି ଯେ, ୨୫ ବର୍ଷ ପରେ ଓଡିଶା ନୂଆ ଇତିହାସ ରଚିବାକୁ ଯାଉଛି । ଜୁନ ମାସ ୧୦ ତାରିଖ ଦିନ ଓଡିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବ ଓ ମୋଦୀ ସରକାର ତୃତୀୟ ଥର ପାଇଁ ଦିଲ୍ଲୀରେ ଶପଥ ଗ୍ରହଣ କରିବ, ଏହା ନିଶ୍ଚିତ । ଓଡିଶାର ଗାଁ –ଗଳି-କନ୍ଦିରେ ଗୋଟିଏ ସ୍ଲୋଗାନ ଗୁଂଜାୟମାନ ହେଉଛି ଓ ତାହା ହେଉଛି ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ ସରକାର ।
ଓଡ଼ିଶାର ଲୋକେ ବିଜେଡି ସରକାର ଉପରେ ୨୫ ବର୍ଷ ଭରସା କଲେ କିନ୍ତୁ ଆଜି ପୂରା ଓଡ଼ିଶା ଆତ୍ମମନ୍ଥନ କରୁଛି ଯେ, ଏହି ୨୫ ବର୍ଷରେ ଲୋକଙ୍କୁ କଣ ମିଳିଲା? ଆଜି ବି ଚାଷୀ ଚିନ୍ତିତ ଅଛନ୍ତି, ଯୁବକ ଛୋଟ ଛୋଟ କାମ ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଏବଂ ଏହାର ପରିମାଣ ହେଉଛି ଆଦିବାସୀ ଅଞ୍ଚଳରେ, ଯେଉଁଠାରେ ଜଳ, ଜଙ୍ଗଲ, ଜମି ଏବଂ ଖଣିଜ ସମ୍ପଦ ଅଛି, ସେଠାରେ ସବୁଠାରୁ ଅଧିକ ଖରାପ ପରିସ୍ଥିତି ରହିଛି । ଏହି ଅଂଚଳରୁ ସବୁଠୁ ଅଧିକ ପଳାୟନ ହେଉଛି । ଏତେ ସମୃଦ୍ଧ ଓଡ଼ିଶାର ଲୋକେ ଏତେ ଦାରିଦ୍ରତାରେ ବଂଚିବାକୁ କାହିଁକି ବାଧ୍ୟ ହେଉଛନ୍ତି ।
ଶ୍ରୀ ମୋଦି କହିଛନ୍ତି ଯେ, ବିଜେଡି ସରକାର ଓଡ଼ିଶା ପରି ସମୃଦ୍ଧ ରାଜ୍ୟ, ମହାନ ଐତିହ୍ୟ ଓ ଯୁବକଙ୍କ ସ୍ୱପ୍ନକୁ ନଷ୍ଟ କରିଦେଇଛନ୍ତି । ବିଜେଡି ସରକାର ସଂପୂର୍ଣ୍ଣ ଭାବେ ଦୁର୍ନୀତିଗ୍ରସ୍ତଙ୍କ ଦ୍ୱାରା ଘେରି ହୋଇଛନ୍ତି, ଏହି ଦୁର୍ନୀତିଗ୍ରସ୍ତ ଲୋକମାନେ ମୁଖ୍ୟମନ୍ତ୍ରୀ ବାସଭବନ ଉପରେ କବଜା କରିଛନ୍ତି ଏବଂ ବିଜେଡିର ଛୋଟ ଛୋଟ ନେତା ବି କୋଟି କୋଟିର ମାଲିକ ହୋଇଛନ୍ତି । ବିଜେଡି ସରକାର ଓଡ଼ିଶାର ଖଣିଜ ସଂପଦର ଲାଭ ଲୋକଙ୍କୁ ନେବାକୁ ଦେଇନାହାନ୍ତି । ବିଜେଡି ଶାସନରେ ଓଡ଼ିଶା ନା ଓଡ଼ିଶାର ସଂପଦ ସୁରକ୍ଷିତ ଅଛି ନା ଓଡ଼ିଶାର ସାଂସ୍କୃତି ଐତିହ୍ୟ ସୁରକ୍ଷିତ ଅଛି ।
ଶ୍ରୀ ମୋଦି କହିଛନ୍ତି ଯେ, କଟକ ଦେଶର ସବୁଠୁ ପୁରୁଣା ସହର ମଧ୍ୟରୁ ଅନ୍ୟତମ, ଯେଉଁଠି ଇତିହାସ ବି ଅଛି, ଐତିହ୍ୟ ବି ଅଛି । ଯିଏ ଓଡ଼ିଶାର ସଭ୍ୟତା ଓ ସଂସ୍କୃତି ବୁଝିପାରୁନଥିବ, ଏଭଳି ବ୍ୟକ୍ତି ଓଡ଼ିଶାର ଡୋର ସମ୍ଭାଳି ପାରିବନାହିଁ ।ଏଠାରେ ବିଜେପିର ପୂର୍ଣ୍ଣ ବହୁମତ ସରକାର ଗଠନ ହେବ ଏବଂ ବିଜେପି ଆଗାମୀ ୨୫ ବର୍ଷରେ ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଂଚାଇବ । ଯେଉଁ ବିଜେଡି ଚିଟଫଣ୍ଡ ପରି ଠକାମୀରେ ଗରିବଙ୍କୁ ଧୋକା ଦେଇଥାଏ, ସେ କେବଳ ରାଜ୍ୟକୁ ଜମି ମାଫିଆ, ବାଲି ମାଫିଆ, କୋଇଲା ମାଫିଆ, ଖଣି ମାଫିଆ ଦେଇଛି ଏବଂ ବିଜେଡିର ବିଧାୟକ ଓ ମନ୍ତ୍ରୀ ୨୪ଘଂଟା ଏଥିରେ ଲାଗିରହୁଛନ୍ତି । ଯେତେବେଳେ ମୋଦି ସରକାର ଗଠନ ହୋଇଥିଲା, ସେତେବେଳେ ଓଡ଼ିଶାର ବିକାଶର ମୁଖ୍ୟ ରେକର୍ଡ ପଇସା କେନ୍ଦ୍ରରୁ ପଠାଯାଇଥିଲା । ପୂର୍ବରୁ ଯେଉଁ ପଇସା କେନ୍ଦ୍ର ସରକାର ଦ୍ୱାରା ଓଡ଼ିଶାକୁ ପଠାଯାଉଥିଲା, ମୋଦି ସରକର ତାକୁ ୩ଗୁଣା ବୃଦ୍ଧି କରିଛି । କଂଗ୍ରେସର ଶାସନରେ ଯେଉଁ ଖନନ ନୀତି ଥିଲା, ତାହା ଅଧୀନରେ ଓଡ଼ିଶଶକୁ ୫ କୋଟି ଟଙ୍କା ମିଳୁଥିଲା, କିନ୍ତୁ ମୋଦି ନୂଆ ଖନନ ନୀତି ପ୍ରସ୍ତୁତ କଲା ଏବଂ ଆଜି ଓଡ଼ିଶଶର ଖନନକୁ ପ୍ରାୟ ୫୦ହଜାର ଟଙ୍କାର ଆୟ ହେଉଛି ।
ଶ୍ରୀ ମୋଦି କହିଛନ୍ତି ଯେ, କଟକରେ ପ୍ରତିବର୍ଷ ପାଣି ପଶିବା ସଙ୍କଟ ରହିଥାଏ, ମୁଁ ଓଡ଼ିଶାକୁ ହାଇୱେ ଓ ରେଲୱେ ପ୍ରୋଜେକ୍ଟ ପଠାଇଥାଏ କିନ୍ତୁ ବିଜେଡିର ନେତାଙ୍କୁ ଯେତେବେଳେ ଯାଏ କଟ କମିଶନ ନମିଳେ ସେତେବେଳ ଯାଏ ପ୍ରତି ପ୍ରକଳ୍ପକୁ ଝୁଲାଇ ରଖାଯାଏ । ବିଜେଡିର ନେତା ନିଜ ନିକଟତମ ଠିକାଦାରଙ୍କୁ ଠିକା ଦେଇ ଓଡ଼ିଶାର ଲୋକଙ୍କୁ ଚାରିଆଡୁ ଲୁଟ କରୁଛନ୍ତି । ଏହି ଲୁଟ୍ ଆପଣଙ୍କ ଭୋଟ ବନ୍ଦ କରିବ, ଆପଣଙ୍କ ଭୋଟ ଓଡ଼ିଶାର ଭାଗ୍ୟ ବଦଳାଇପାରିବ । ବିଜେଡିର ଏହି ଦୁର୍ନୀତିର ବହୁତ ବଡ କ୍ଷତି ଯୁବକଙ୍କୁ ହେଉଛି । ଜଣେ ମାଫିଆ ଅଛି, ଯିଏ କି ପ୍ରତି ସେକ୍ଟରକୁ କବଜା କରି ବସିଛି । ବିଜେପି ସରକାର ଆସିବା ମାତ୍ରେ ଏହି ମାଫିଆର ଅଣ୍ଟା ଭଂଗାଯିବ । କଟକ ଚାରିପଟୁ ନଦୀ ଘେରି ରହିଛି, କିନ୍ତୁ ଏଠାରେ ପାନୀୟ ଜଳର ସମସ୍ୟା ରହିଛି ।
ଶ୍ରୀ ମୋଦୀ ଜୀ କହିଛନ୍ତି ଯେ ବିଜେଡି ସରକାରରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ସୁରକ୍ଷିତ ନାହିଁ । ଗତ ୬ ବର୍ଷ ହେଲା ଶ୍ରୀ ରତ୍ନ ଭଣ୍ଡାରର ଚାବିର କୌଣସି ସନ୍ଧାନ ମିଳୁନାହିଁ । ଲୋକମାନେ ତ ଏହା ବି କୁହନ୍ତି ଯେ ଶ୍ରୀ ରତ୍ନ ଭଣ୍ଡାରର ଚାବି ତାମିଲନାଡୁ ଚାଲିଯାଇଛି । ଓଡିଶାର ଜନତା ଜାଣିବାକୁ ଚାହୁଁଛନ୍ତି ଯେ ଯେଉଁ ଯାଂଚ ହୋଇଥିଲା ତାର ରିପୋର୍ଟ ରେ ଏମିତି କଣ ଥିଲା ଯେ ବିଜେଡି ସେହି ରିପୋର୍ଟକୁ ଦବାଇଦେଲା ଓ ଏବେ ବିଜେଡିର ନୀରବତାରୁ ଜନତାଙ୍କ ସନ୍ଦେହ ଆହୁରି ଘନୀଭୂତ ହେଉଛି । ମୁଁ ଆଜି ଓଡିଶାର ଲୋକଙ୍କୁ ଭରସା ଦେଉଛି ଯେ ଓଡିଶାରେ ଭାଜପା ସରକାର ଆସିବା ପରେ କ୍ଷୀର ପାଣି ଅଲଗା ହୋଇଯିବ । ଭାଜପା ସରକାର ଯାଂଚ ରିପୋର୍ଟକୁ ସାର୍ବଜନିନ କରିବ । ଓଡିଶାର ବିକାଶ ଓଡିଶାର ମାଟିର ସନ୍ତାନ ହିଁ କରି ପାରିବ ଓ ଏଥିପାଇଁ ମୋଦୀ ଜନତାଙ୍କୁ ଗ୍ୟାରେଣ୍ଟି ଦେଇଛନ୍ତି ଯେ ଓଡିଶାରେ ଭାଜପା ସରକାର ଆସିବା ପରେ ଓଡିଶାର ପୁଅ ଓ ଝିଅ ଙ୍କୁ ହିଁ ଓଡିଶାର ମୁଖ୍ୟମନ୍ତ୍ରୀ କରାଯିବ । ମୁଁ ଜନତାଙ୍କୁ ଆଜି ନିମନ୍ତ୍ରଣ ଦେବାକୁ ଆସିଛି ଯେ ୧୦ ଜୁନ୍ ରେ ଓଡିଶାରେ ଡବଲ ଇଞ୍ଜିନ୍ ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ , ବିଜେଡି ସରକାର ଯିବା ନିଶ୍ଚିନ୍ତ ।
ଗତ ୨୫ ବର୍ଷରୁ ଓଡିଶାରେ ବହୁ ଜଳସେଚନ ପ୍ରକଳ୍ପ ଅଟକି ରହିଛି । ରେଙ୍ଗାଲି ଜଳସେଚନ ପ୍ରକଳ୍ପ୮୦ ଦଶକରୁ ନିର୍ମାଣ ଚାଲିଛି କନ୍ତୁ ଆଜି ପର୍ଯ୍ୟନ୍ତ କେନାଲ ବି ନିର୍ମାଣ ହୋଇପାରିଲା ନାହିଁ । ଓଡିଶାରେ ଏଭଳି ୮ଟି ବଡ ବଡ ଜଳସେଚନ ପ୍ରକଳ୍ପ ଥିଲା ଯାହା ବହୁ ଦଶକ ଧରି ଅଟକି ରହିଥିଲା , ଏହା ମଧ୍ୟରୁ ୫ଟିକୁ ଦ୍ରୁତ ଗତିରେ ମୋଦୀ ସରକାର ସମ୍ପୂର୍ଣ୍ଣ କରିସାରିଛନ୍ତି । ଓଡିଶାରେ ୨୨୦୦ ଟଙ୍କାର ଘୋଷିତ ଏମଏସପି ମଧ୍ୟ ଚାଷୀଙ୍କୁ ମିଳିପାରୁନାହିଁ । ବିଜେଡିର ନେତା ଧାନ ଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି , ଏଥିପାଇଁ ଭାଜପା ଗ୍ୟାରେଣ୍ଟି ଦେଇଛି ଯେ ଓଡିଶାରେ ଭାଜପା ସରକାର ଆସୁ ଆସୁ ଛତିଶଗଡ ଭଳି ଏଠାରେ ମଧ୍ୟ ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ ସରକାର ଧାନ କିଣିବେ ।
୨୫ ବର୍ଷରେ ନବୀନ ବାବୁଙ୍କ ସରକାର ଆଦିବାସୀମାନଙ୍କ ପାଇଁ ପେସା ଆଇନ୍ ମଧ୍ୟ ଲାଗୁ କରିପାରିଲା ନାହିଁ । ଓଡିଶାର ଜନତାଙ୍କୁ ମାଗଣା ଚାଉଳ ଦେବା ପାଇଁ ଦିଲ୍ଲୀରୁ ପଇସା ପଠାଯାଉଛି କିନ୍ତୁ ବିଜେଡି ସରକାରର ଲୋକ ସେହି ଚାଉଳ ଉପରେ ନିଜ ଫଟୋ ଲଗାଇ ଓଡିଶାର ଜନତାଙ୍କ ଅଧିକାରୀ ଚାଉଳ ବାହାରେ ବିକ୍ରୀ କରିଦେଉଛନ୍ତି । ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଆପଣଙ୍କ ଘର ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ମୋଦୀ ସରକାର ୭୫ ହଜାର ଟଙ୍କା ଦେଉଛି , ଏଥିରୁ ତିଆରି ୩୦୦ ୟୁନିଟ୍ ବିଜୁଳି ଆପଣ ମାଗଣା ବ୍ୟବହାର କରିପାରିବେ ଓ ଏଥିରୁ ଅଧିକ ବିଜୁଳି ବିକ୍ରୀ କରି ଆପଣଙ୍କ ଆୟ ମଧ୍ୟ ହେବ ।
ବିଜେଡି ସରକାରକୁ ଓଡିଶାର ଐତିହ୍ୟର ଆଦୌ ଚିନ୍ତା ନାହିଁ । ଏହି ନିର୍ବାଚନ ଓ଼ଡିଶାର ବିକାଶ ଓ ଓଡିଆ ଗୌରବକୁ ବଂଚାଇବାର ନିର୍ବାଚନ ଅଟେ । ଆଦରଣୀୟ ମୋଦୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ସ୍ଥାନୀୟ ବିଜେପି ପ୍ରାର୍ଥୀ ମାନଙ୍କୁ ବିଜୟୀ ରାଜ୍ୟରେ ଓ ଦେଶରେ ବିଜେପି ସରକାର ଗଠନ କରିବାକୁ ଅପିଲ କରିଥିଲେ ।
କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରୀୟ ମନ୍ତ୍ରୀ ତଥା ସମ୍ବଲପୁରର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, କଟକର ଲୋକସଭା ପ୍ରାର୍ଥୀ ଭର୍ତୃହରି ମହତାବ ,ଢେଙ୍କାନାଳର ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, ବିଭିନ୍ନ ବିଧାନସଭା ପ୍ରାର୍ଥୀ ତଥା ବିଜେପିର ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।