ପୁରୀ – ସହରର ବିଭିନ୍ନ ସ୍ଥାନରେ ଅସୁରକ୍ଷିତ କୋଠାଗୁଡ଼ିକୁ ଜିଲ୍ଲା ପ୍ରଶାସନ ଓ ପୌରପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଉଥିବାବେଳେ ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଛି ଅସୁରକ୍ଷିତ କ୍ୟାଂଟିନ୍ କୋଠା । ଏହି କୋଠାଟି ଦୀର୍ଘଦିନ ଧରି ଅସୁରକ୍ଷିତ ଅବସ୍ଥାରେ ରହିବା ସହ ଫନି ବାତ୍ୟାରେ କାନ୍ଥଗୁଡ଼ିକ ଫାଟି ଯାଇଥିବାରୁ କୌଣସି ମୂହର୍ତରେ ଭୁଷୁଡ଼ି ଯିବାର ସମ୍ଭାବନା ରହିଛି । ପରିତ୍ୟକ୍ତ ଅବସ୍ଥାରେ ଫନି ବାତ୍ୟା ପୂର୍ବରୁ ପଡ଼ିରହିଥିବାରୁ ସେହି ଘର ଭିତରେ ଚିତି ସାପ ଓ ନାଗସାପ ରହୁଛନ୍ତି । ସେହି ବାଟଦେଇ ପ୍ରତିଦିନ ଶହ ଶହ ଆଇନଜୀବି ଓ କଚେରୀକୁ ଆସୁଥିବା ଲୋକମାନେ ଯିବାଆସିବା କରୁଛନ୍ତି । ଯଦି ଫାଟି ଯାଇଥିବା କାନ୍ଥ ହଠାତ୍ ଭୁଷୁଡ଼ି ପଡ଼େ ତେବେ ଲୋକମାନେ ଆହତ ହେବାର ସମ୍ଭାବନା ରହିଛି । ତୁରନ୍ତ ଏହାକୁ ଭଙ୍ଗାଯିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।
Related Stories
January 13, 2025
January 13, 2025