
ଶ୍ରୀନଗର, ସୋପିୟାଂ ଜିଲ୍ଲାର ହୁରପୋରା ଗାଁରେ ଶନିବାର ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ବିଜେପି ସମର୍ଥିତ ପୂର୍ବତନ ସରପଂଚଙ୍କୁ ହତ୍ୟା କରିଛନ୍ତି । ଅନ୍ୟପଟେ ପହଲଗାମ ନିକଟ ୟେନରରେ ରାଜସ୍ଥାନର ଜଣେ ଦମ୍ପତିଙ୍କୁ ଆହତ କରିଛନ୍ତି । ଏହାପରେ ରବିବାର ପୂରା ଅଂଚଳର ଘେରାବନ୍ଦୀ କରି ତଲାସୀ ଅଭିଯାନ ଜୋରଦାର କରାଯାଇଛି ।
ପୋଲିସ ଅନୁସାରେ ସୋପିୟାଂର ହୁରପୋରା ଗାଁରେ ଆତଙ୍କବାଦୀମାନେ ପୂର୍ବତନ ସରପଂଚ ଏଜାଜ ଅହମଦ ଶେଖ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଶେଖକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ଅନ୍ୟପଟେ ପହଲଗାମ ନିକଔ ୟେନରରେ ଜୟପୁରର ଦମ୍ପତିଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଦମ୍ପତିଙ୍କ ପରିଚୟ ଫରହା ଓ ତବରେଜ ବୋଲି ଜଣାପଡିଛି । ଉଭୟଙ୍କୁ ଗୁଳି ମାରି ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏହାପରେ ପୂରା ଅଂଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି ।