
ଭୁବନେଶ୍ୱର, ମୟୂରଭଞ୍ଜ ଜିଲ୍ଲା ପାଇଁ ନୂଆ ଦାୟିତ୍ବ । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ପାଇଁ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି । ପ୍ରିୟନାଥ ମାରାଣ୍ଡିଙ୍କୁ ଜିଲ୍ଲା କମିଟି ସମ୍ପାଦକ ଦାୟିତ୍ବ ଦିଆଯାଇଛି । ବିଶ୍ୱନାଥ ହେମ୍ବ୍ରମଙ୍କୁ ଜିଲ୍ଲା କମିଟି ସମ୍ପାଦକ ଦାୟିତ୍ବ ଦିଆଯାଇଛି । ସୁନୀଲ ଦାଶଙ୍କୁ ବାଙ୍ଗିରିପୋଷି ବିଧାନସଭା ମଣ୍ଡଳୀର ନିର୍ବାଚନ ସଂଯୋଜକ ଓ ନରେନ୍ଦ୍ର ହାସଁଦାଙ୍କୁ କୁଳିଅଣା ବ୍ଲକର ନିର୍ବାଚନ ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଛି ।