
ଭୁବନେଶ୍ୱର/ପୁରୀ, ଆସନ୍ତାକାଲି ପୁରୀ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳ ୭ଟା ପୂର୍ବରୁ ପୁରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପରେ ଶ୍ରୀମନ୍ଦିର ଠାରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ହେବାକୁ ଥିବା ବିଶାଳ ରୋଡ ସୋରେ ଯୋଗଦେବେ। ଲକ୍ଷାଧିକ ଲୋକ ଏଥିରେ ସାମିଲ ହେବେ। ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।