-
ମତାଧିକାର ସାବ୍ୟସ୍ତ କରିବେ ୭୯,୬୯,୮୮୭ ଭୋଟର
ଭୁବନେଶ୍ୱର, ରାତି ପାହିଲେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୫ ଟି ସଂସଦୀୟ କ୍ଷେତ୍ରର ୩୫ ଟି ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ହେବ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଏହି ପର୍ଯ୍ୟାୟରେ ୫ଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୦,୩୩,୯୯୨ ପୁରୁଷ, ୩୯,୩୫,୦୪୪ ମହିଳା ଓ ୮୫୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ୯୭୫ ରହିଛି । ଏମାନଙ୍କ ମଧ୍ୟରେ୨,୧୩,୧୨୯ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୬,୯୮,୫୧୬ ଜଣ ଯୁବ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ଏହି ପଞ୍ଚମ ପର୍ଯ୍ୟାୟରେ ସାମଗ୍ରିକ ଭାବରେ୫୫,୮୮୨ ଜଣ ୮୫ ବର୍ଷରୁ ଊଦ୍ଧ୍ୱ ର୍ମତଦାତା, ୧୮୧୨ ଜଣ ୧୦୦ ବର୍ଷ ବୟସରୁ ଊଦ୍ଧ୍ୱ ର୍ମତଦାତା, ୧,୦୭,୮୨୩ ଜଣ ଭିନ୍ନକ୍ଷମ ମତଦାତା,୪୬ ଜଣ ପ୍ରବାସୀ ମତଦାତା ଓ ୧୦, ୬୩୦ ଜଣ ସର୍ଭିସ୍ ଭୋଟରରହିଛନ୍ତି ।
୯୧୪୮ମତଦାନ କେନ୍ଦ୍ର ମଧ୍ୟରୁ୧୦୯୦ଟି ସହରାଂଚଳ ଓ ୮୦୫୮ଟି ଗ୍ରାମାଂଚଳରେ ରହିଛି । ଏହା ମଧ୍ୟରେ୧୦୪୧ଟି ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ୨୫ଟି ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ରହିଛି । ଏହି ପର୍ଯ୍ୟାୟରେ ମୋଟ୧୫୪୧ଟି ଆଦର୍ଶମତଦାନ କେନ୍ଦ୍ର (ମଡ଼େଲ୍ ବୁଥ୍) ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ୬୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସମସ୍ତ ପୋଲିଂ ଷ୍ଟେସନ୍ ଲୋକେସନ୍ ରେ ଜଣେ ଲେଖାଏଁ ସ୍ୱେଚ୍ଛାସେବୀ ଓ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହୋଇଛନ୍ତି ।
ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଅସ୍କା ସଂସଦୀୟ କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ(ପୁରୁଷ-୩୪, ମହିଳା-୬) ରହିଛନ୍ତି । ଏହିସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ୨୬୫ ଜଣ (ପୁରୁଷ-୨୨୪, ମହିଳା-୪୧) ପ୍ରାର୍ଥୀରହିଛନ୍ତି ।
ପଂଚମ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ମୋଟ୧୧,୬୧୧ଟି ବାଲାଟ୍ ୟୁନିଟ୍, ୧୧,୬୧୧ଟି କେଂଟ୍ରାଲୟୁନିଟ୍ ଓ ୧୨,୭୬୨ଟି ଭିଭିପାଟ କମିଶନ ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ୧୧,୬୩୨ଟି ବାଲାଟୟୁନିଟ୍, ୧୧,୬୩୨ଟି କେଂଟ୍ରାଲୟୁନିଟ୍ ଓ ୧୨୭୬୮ଟି ଭିଭିପାଟ୍ କମିଶନ ହୋଇଛିା
ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଠାରେ୧୦୨ କମ୍ପାନୀ ସିଏପିଏଫ୍ (ସେଂଟ୍ରାଲ ଆର୍ମଡ଼୍ ପୋଲିସ ଫୋର୍ସ) ନିୟୋଜିତ ହେବେ ।