
କୋଲକାତା, ଲୋକସଭା ନିର୍ବାଚନର ପଂଚମ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାରର ଅନ୍ତିମ ଦିବସରେ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତ ସେବାଶ୍ରମ ସଂଘ, ରାମକୃଷ୍ଣ ମିଶନ ଏବଂ ଇସ୍କନ ଭଳି ପ୍ରତିଷ୍ଠିତ ଧାର୍ମିକ ସଂସ୍ଥା ଉପରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ, ଏସବୁ ସଂଗଠନର କେତେକ ସାଧୁ ନିର୍ବାଚନରେ ଭାଜପାର ସହାୟତା କରୁଛନ୍ତି । ଭାରତ ସେବାଶ୍ରମର ଚର୍ଚ୍ଚିତ ସନ୍ୟାସୀ ପ୍ରଦୀପ୍ତାନନ୍ଦ ମହାରାଜ ଓରଫ କାର୍ତିକ ମହାରାଜଙ୍କ ନାମ ନେଇ ମମତା କହିଥିଲେ ଯେ, ସେ ଟିଏମସିକୁ ଧମକ ଦେଉଛନ୍ତି ।
ଏନେଇ ରବିବାର କାର୍ତିକ ମହାରାଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ହିନ୍ଦୁସ୍ଥାନ ସମାଚାର ସହିତ କଥାବାର୍ତା ବେଳେ ସେ କହିଛନ୍ତି ଯେ, ବିନାଶ କାଳେ ବିପରୀତ ବୁଦ୍ଧି ହୋଇଥାଏ । ଏବେ ମମତା ଓ ତାଙ୍କ ଦଳର ବିନାଶର ସମୟ ଆସିଯାଇଛି । ଏଥିପାଇଁ ସେ ସାଧୁ ସନ୍ୟାସୀ ମାନଙ୍କୁ ଟାର୍ଗେଟ୍ କରୁଛନ୍ତି ।