-
ମାଲକାନଗିରି ଜିଲ୍ଲାର ପଡ଼ିଆରେ ସର୍ବାଧିକ ୬୧.୨ ମି.ମି.
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ମାଲକାନଗିରି ଜିଲ୍ଲାର ପଡ଼ିଆରେ ସର୍ବାଧିକ ୬୧.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ୫୬.୦ ମି.ମି., କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ୩୨.୦ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ୩୧.୦ ମି.ମି., କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୨୭.୬ ମି.ମି., ବଲାଙ୍ଗିର ଜିଲ୍ଲାର ସଇଁତଳାରେ ୨୬.୦ ମି.ମି., ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ୨୫.୨ ମି.ମି., କୋରାପୁଟ ଜିଲ୍ଲାର କୋଟପାଡ଼ରେ ୨୫.୦ ମି.ମି., କୋରାପୁଟ ଜିଲ୍ଲାର ନନ୍ଦପୁରରେ ୨୪.୦ ମି.ମି., ଜୟପୁରରେ ୨୩.୬ ମି.ମି., ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ୨୩.୧ ମି.ମି. ଏବଂ ମାଲକାନଗିରି ଜିଲ୍ଲାର ମାଲକାନଗିରିରେ ୨୨.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।