ଭୁବନେଶ୍ଵର,ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରାଥମିକ ସ୍ତରରେ ଉତର-ପୂର୍ବ ଦିଗରେ ଗତି କରିପାରେ । ଏବଂ ପରବର୍ତୀ ସମୟରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ସହ ୨୪ ତାରିଖ ସୁଦ୍ଧା ଅବପାତ ରୂପ ନେବାର ସମ୍ଭାବନା ରହିଛି । ତେବେ ଏଯାଏଁ ବାତ୍ୟା ନେଇ କୌଣସି ଆକଳନ କରାଯାଇନଥିବା କହିଛି ପାଣିପାଗ ବିଭାଗ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଏହି ସୂଚନା ମିଳିଛି ।
Related Stories
November 22, 2024