
ଭୁବନେଶ୍ଵର, ଆଣ୍ଡାମାନ ସାଗର ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ବଙ୍ଗୋପସାଗର ସହ ନିକୋବର ଦ୍ଵୀପପୁଞ୍ଜ ମଧ୍ୟ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଯାହାର ପ୍ରଭାବରେ ସେଠାରେ ବର୍ଷା ଆରମ୍ଭ ହୋଇଛି । ପାଣିପାଗ ବିଭାଗ ସୂତ୍ରରୁ ଏହି ସୂଚନା ମିଳିଛି । ସ୍ଵାଭାବିକ୍ ଭାବେ ଜୁନ୍ ମାସରେ ମୌସୁମୀ ଓଡ଼ିଶା ଆସିଥାଏ ।