
ଅଯୋଧ୍ୟାଧାମ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସପରିବାର ଶ୍ରୀରାମ ଜନ୍ମଭୂମିରେ ପହଂଚିଛନ୍ତି । ସେ ରାମଲଲାଙ୍କ ଭବ୍ୟ ଓ ଦିବ୍ୟ ମନ୍ଦିରର ଦର୍ଶନ କରି ପୂଜନ କରିଛନ୍ତି । ସେ କୁବେର ଟିଲା ବି ଯାଇଛନ୍ତି । ସେଠାରେ ପକ୍ଷୀରାଗ ଜଟାୟୁଙ୍କ ବିଶାଳ ପ୍ରତିମାକୁ ଶ୍ରଦ୍ଧାପୂର୍ବକ ଦେଖିଥିଲେ ଓ ପ୍ରଣାମ କରିଥିଲେ ।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦ୍ୱିପ୍ରହର ପରେ ରାମନଗରୀରେ ପହଂଚିଥିଲେ । ଜୈନ ମନ୍ଦିରରେ କିଛି ସମୟ ବିଶ୍ରାମ ପରେ ସେ ସରଜୁ ଆଳତୀରେ ସମ୍ମିଳିତ ହୋଇଥିଲେ । ଆଜି ସକାଳେ ସେ ଶ୍ରୀରାମଲଲାଙ୍କ ଦର୍ଶନ କରିବାକୁ ପହଂଚିଥିଲେ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମହାମନ୍ତ୍ରୀ ଚମ୍ପତ ରାୟ ପୂର୍ବରୁ ମନ୍ଦିର ପରିସରରେ ଥିଲେ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ସମ୍ବାଦ କେନ୍ଦ୍ର ଅଯୋଧ୍ୟାଧାମ ପକ୍ଷରୁ ଏହି ସୂଚନା ଦିଆଯାଇଛି ।