
ଭୁବନେଶ୍ୱର, ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସରେ ସଂଗ୍ରହଳାୟ ପରିଦର୍ଶନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଂଗ୍ରହାଳୟ ଲୋକମାନଙ୍କୁ ଦେଶର କଳା, ସ୍ଥାପତ୍ୟ, ସଂସ୍କୃତି, ଇତିହାସ ଏବଂ ସଭ୍ୟତା ବିଷୟରେ ଶିକ୍ଷା ଦିଏ । ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସରେ ସମସ୍ତଙ୍କୁ ସଂଗ୍ରହାଳୟ ପରିଦର୍ଶନ କରିବାକୁ ଏବଂ ସେମାନଙ୍କର ଜ୍ଞାନ ଏବଂ ଅନ୍ତର୍ନିହିତତାକୁ ସମୃଦ୍ଧ କରିବାକୁ ଅନୁରୋଧ ।