-
କୋରାପୁଟ ଜିଲ୍ଲାର କୋଟପାଡରେ ସର୍ବାଧିକ ୬୧.୦ ମି.ମି.
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । କୋରାପୁଟ ଜିଲ୍ଲାର କୋଟପାଡରେ ସର୍ବାଧିକ ୬୧.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କୋରାପୁଟ ଜିଲ୍ଲାର ଲମତାପୁଟରେ ୪୭.୪ ମି.ମି., ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ାରେ ୪୦.୨ ମି.ମି., ଗଜପତି ଜିଲ୍ଲାର ମୋହନାରେ ୩୯.୬ ମି.ମି., ନବରଙ୍ଗପୁର ଜିଲ୍ଲାର ତେନ୍ତଳିଖୁଂଟି ୩୧.୦ ମି.ମି., କୋରାପୁଟ ଜିଲ୍ଲାର ଜୟପୁରରେ ୨୮.୪ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡିରେ ୨୨.୦ ମି.ମି. ଏବଂ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୨୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।