
ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସଂଧ୍ୟାରେ ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ । 20 ତାରିଖ ଦିନ ସକାଳେ ସେ ପୁରୀ ଠାରେ ରୋଡ ସୋ କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ବିଜେପିର ରାଜ୍ୟ ସଭାପତି ଗୋଲକ ମହାପାତ୍ର ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏହା ପରେ ପ୍ରଧାନମନ୍ତ୍ରୀ ଅନୁଗୁଳ ଠାରେ ସକାଳ 9ଟା 30ରେ ବିରାଟ ଜନ ସଭା କରିବା ସହ କଟକ ଠାରେ 11ଟା 30ରେ ଜନ ସମାବେଶକୁ ସମ୍ବୋଧିତ କରିବେ ।