ଭୁବନେଶ୍ୱର, ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ପର୍ଯ୍ୟାୟରେ 5 ଟି ସଂସଦୀୟ କ୍ଷେତ୍ରର 35 ଟି ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ମୋଟ 79 ଲକ୍ଷ 69 ହଜାର 887 ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରି ପାରିବେ । ଏମାନଙ୍କ ମଧ୍ୟରୁ ମହିଳା ଭୋଟର ଙ୍କ ସଂଖ୍ୟା 39 ଲକ୍ଷ 45 ହଜାର ରହିଥିବା ବେଳେ ପୁରୁଷ ଭୋଟ ରଙ୍କ ସଂଖ୍ୟା 40 ଲକ୍ଷ 33 ହଜାର 992 ରହିଛି । ସେହିପରି ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା 851 ରହିଛି ।
ସେ କହିଛନ୍ତି ଯେ, 20 ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ଏହିଠାରେ 102 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ ।
ସବୁଠାରୁ ଅଧିକ କନ୍ଧମାଳ 22 କମ୍ପାନୀ ନିୟୋଜିତ ହେବାକୁ ଥିବା ବେଳେ ଗଞ୍ଜାମ ରେ 20 ସୁନ୍ଦରଗଡ 16, ବଲାଙ୍ଗୀର ଓ ବରଗଡ଼ ରେ 14 ଲେଖାଏଁ, ଝାରସୁଗୁଡା ଓ ବୌଦ୍ଧ 5 ଲେଖାଏଁ ସୁବର୍ଣ୍ଣପୁର 4 ଓ ନୟାଗଡ଼ ରେ 2 କମ୍ପାନୀ ଫୋର୍ସ ମୁତୟନ ହେବେ । 35 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 265 ଜଣ ପାର୍ଥି ରହିଛନ୍ତି । ସେଥି ମଧ୍ୟରୁ 41 ଜଣ ମହିଳା ପ୍ରାଥି । 5 ସଂସଦୀୟ କ୍ଷେତ୍ରରେ 40 ଜଣ ପ୍ରାଥି ରହିଛନ୍ତି।
ସେ କହିଛନ୍ତି ଯେ ମୋଟ 254 କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ଏଥି ମଧ୍ୟରୁ କ୍ୟାସ 17 କୋଟି 18 ଲକ୍ଷ ଟଙ୍କା ଜବତ ହୋଇଛି । ସେହିପରି 31 ଲକ୍ଷ ଲିଟର ମଦ, 73 କୋଟି ଟଙ୍କାର ଡ୍ରଗସ୍ ଓ 14 କୋଟି ର ସୁନାଗହଣା ଜବତ ହୋଇଛି । ସବୁଠାରୁ ଅଧିକ ବରଗଡ଼ରେ 1 କୋଟି 26 ଲକ୍ଷ ଟଙ୍କା କ୍ୟାସ ଏବଂ 80 ଲକ୍ଷ ଟଙ୍କା ର ମଦ ଜବତ ହୋଇଛି । କନ୍ଧମାଳ ରେ 36 ଲକ୍ଷ ଓ ଆସ୍କା 13 ଲକ୍ଷ ଟଙ୍କା ଜବତ ହୋଇଛି ।
ସେ କହିଛନ୍ତି ଯେ ଲାଇଭ ଷ୍ଟ୍ରିମିଙ୍ଗ 60 ପ୍ରତିଶତ ବୁଥ ରେ ହେବ। ଖଲିକୋଟି ହିଂସା ଘଟଣା ରେ ମାମଲା ପଞ୍ଜିକରଣ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ଭାରତ ନିର୍ବାଚନ ଆୟୋଗ ଡ଼ିଜିପି ଙ୍କୁ ରିପୋର୍ଟ ତଲବ କରିଥିଲେ ଗତକାଲି ଡ଼ିଜିପି ରିପୋର୍ଟ ଦାଖଲ କରି ସାରିଛନ୍ତି । ଭୋଟ ପାଇଁ ଆଡ଼ିସିନାଲ ଡ଼ିଜି ରାଙ୍କ ର ଅଫିସର ଙ୍କୁ ନିଯୁକ୍ତି କରାଯାଇଛି ।