ନାଗପୁର/ଭୁବନେଶ୍ୱର,ନାଗପୁର ସ୍ଥିତ ଡକ୍ଟର ହେଡଗେୱାର ସ୍ମୃତି ମନ୍ଦିର ପରିସରରେ ଅବସ୍ଥିତ ମହର୍ଷି ବ୍ୟାସ ସଭାଗାରରେ ଶନିବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର “କାର୍ଯ୍ୟକର୍ତା ବିକାଶ ବର୍ଗ – ଦ୍ୱିତୀୟ” ଶୁଭାରମ୍ଭ ହୋଇଯାଇଛି । ବର୍ଗ ଆରମ୍ଭରେ ବର୍ଗ ସର୍ବାଧିକାରୀ ଇକବାଲ ସିଂ, ସହ- ସରକାର୍ଯ୍ୟବାହ ଡ଼ଃ କୃଷ୍ଣ ଗୋପାଳ ଏବଂ ଅଖିଳ ଭାରତୀୟ ସେବା ପ୍ରମୁଖ ତଥା ବର୍ଗର ପାଳକ ଅଧିକାରୀ ପରାଗ ଅଭୟଙ୍କର ଭାରତ ମାତାଙ୍କ ପ୍ରତିମୂର୍ତିରେ ପୁଷ୍ପାର୍ପଣ କରିଥିଲେ । ଏହି ଅବସରରେ ଦୁଇ ଜଣ ସହ- ସରକାର୍ଯ୍ୟବାହ ମୁକୁନ୍ଦ ଏବଂ ରାମଦତ ଚକ୍ରଧର ଉପସ୍ଥିତ ଥିଲେ । ଏହି ବର୍ଗରେ ଦେଶର ୯୩୬ ଜଣ ଶିକ୍ଷାର୍ଥୀ ଭାଗନେଇଛନ୍ତି ।
ସ୍ୱୟଂସେବକମାନଙ୍କୁ ସମ୍ବୋଧିତ କରିବାବେଳେ ପରାଗ ଅଭୟଙ୍କର କହିଛନ୍ତି ଯେ, ସ୍ୱୟଂସେବକମାନେ ନାଗପୁର ଯାଇ ସଂଘର କାର୍ଯ୍ୟ ବିଷୟରେ ଜାଣିବା ଏବଂ ଏହାର ସାଧନା କରିବାର ସୌଭାଗ୍ୟ ପାଇବା, ଏପରି ଭାବନା ସ୍ୱୟଂସେବକମାନଙ୍କର ଥାଏ । ସଂଘ କାର୍ଯ୍ୟ ଜୀବନର କାର୍ଯ୍ୟ,ଏହି ଭାବ ମଧ୍ୟ ସ୍ୱୟଂସେବକମାନଙ୍କ ମନରେ ରହିଥାଏ । ଏହି ଭୂମି ହେଉଛି ଡକ୍ଟର ହେଡଗେଓା୍ୱର ଏବଂ ଶ୍ରୀ ଗୁରୁଜୀଙ୍କ ତପସ୍ଥଳୀ । ସଂଘ କାର୍ଯ୍ୟରେ ପ୍ରଶିକ୍ଷଣ ବର୍ଗର ସର୍ବାଧିକ ଗୁରୁତ୍ୱ ରହିଛି ।ଏହି କାରଣରୁ, କାର୍ଯ୍ୟ ବଢ଼ିବା ସହିତ ପ୍ରଶିକ୍ଷଣ ବର୍ଗ ପ୍ରାଦେଶିକସ୍ତରରେ ମଧ୍ୟ ଅନୁଷ୍ଠିତ ହେଉଛି । ସ୍ୱାଧୀନତା ପୂର୍ବରୁ ଅନେକ ଚ୍ୟାଲେଞ୍ଜ ଥିଲା । ସଂଘ ଦେଶର ସ୍ୱାଧୀନତା ପାଇଁ ମଧ୍ୟ କାର୍ଯ୍ୟ କରିଥିଲା । ଡ଼କ୍ଟରଜୀ ନିଜେ ଜଙ୍ଗଲ ସତ୍ୟାଗ୍ରହରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ପ୍ରତିବନ୍ଧ ଏବଂ କରୋନା ସମୟ ବ୍ୟତୀତ, ସଂଘଶିକ୍ଷା ବର୍ଗ କେବେ ବି ଅବରୋଧ ହୋଇନଥିଲା । ସମୟ ଅନୁଯାୟୀ ପ୍ରଶିକ୍ଷଣ ବର୍ଗର ଅବଧି ଏବଂ ପାଠ୍ୟକ୍ରମରେ ମଧ୍ୟ ପରିବର୍ତନ ହୋଇଛି । କାର୍ଯ୍ୟକର୍ତାଙ୍କ ଚିନ୍ତାଧାରା କ’ଣ ହେବା ଉଚିତ ଏବଂ ତାଙ୍କ ଆଗରେ କ’ଣ ଚ୍ୟାଲେଞ୍ଜ ରହିଛି ତାହା ଧ୍ୟାନରେ ରଖି ବ୍ୟବସ୍ଥାରେ ମଧ୍ୟ ପରିବର୍ତନ କରାଯାଇଛି । ପ୍ରଥମେ ବର୍ଗ ଗୁଡିକରେ ଶାରୀରିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଧୈର୍ଯ୍ୟ ଏବଂ ସାହସ ବୃଦ୍ଧି ଉପରେ ଗୁରୁତ୍ୱ ଦିଆ ଯାଉଥିଲା । ବର୍ତମାନ ଚ୍ୟାଲେଞ୍ଜଗୁଡ଼ିକ ବଦଳିଛି, ଏହାର ପ୍ରସଙ୍ଗ ବୁଝିବାକୁ ପଡିବ । ଚ୍ୟାଲେଞ୍ଜଗୁଡିକର ଜବାବ ଦେବାର ଆବଶ୍ୟକତା ଅଛି, ତେବେ ଏହିପରି ବିଷୟଗୁଡିକ ମଧ୍ୟ ଏହି ବର୍ଗରେ ଅନ୍ତର୍ଭୂକ୍ତ କରାଯାଇଛି ।
ସଂଗଠିତ ହିନ୍ଦୁ ସମାଜର ଏକ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ସୃଷ୍ଟି କରିବା,ଏପରି ଏହି ବର୍ଗର ରଚନା ହେବ । ସମାଜର ସର୍ଜନଶକ୍ତିକୁ ଯୋଡିକରି ନିଜର ଶକ୍ତିକୁ କିପରି ବୃଦ୍ଧି କରିବା, ଏହାର ବ୍ୟବହାରିକ ପ୍ରଶିକ୍ଷଣ ଏହି ବର୍ଗରେ ଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସାରା ଭାରତରୁ ଶିକ୍ଷାର୍ଥୀ ସ୍ୱୟଂସେବକମାନେ ପ୍ରଶିକ୍ଷଣ ପାଇଁ ଏଠାକୁ ଆସନ୍ତି, ଯାହାଦ୍ୱାରା ରାଷ୍ଟ୍ରୀୟ ଏକାତ୍ମତାର ଭାବ ବୃଦ୍ଧିପାଇ ଥାଏ । ହିନ୍ଦୁତ୍ୱର ଏକତା ମଧ୍ୟ ଏଠାରେ ଅନୁଭୂତ ହୋଇଥାଏ । ଏହି ବର୍ଗର ସମାପନ ସମାରୋହ ଜୁନ୍ ୧୦ ତାରିଖରେ ଅନୁଷ୍ଠିତ ହେବ ।