
ଇସଲମାବାଦ, ପାକିସ୍ତାନ କବଜାରେ ଥିବା କଶ୍ମୀରରେ ନିକଟରେ ହୋଇଥିବା ସଂଘର୍ଷ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଗୁରୁବାର ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପିଓକେରେ ଅଟାର ଅତ୍ୟଧିକ ମୂଲ୍ୟ ବୃଦ୍ଧି, ବର୍ଦ୍ଧିତ ବିଜୁଳି ବିଲ ଓ କର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକ ଓ ସୁରକ୍ଷାବଳ ମଧ୍ୟରେ ସଂଘର୍ଷ ସମୟରେ ଜଣେ ପୋଲିସକର୍ମୀ ଓ ତିନି ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଅନେକ ଲୋକ ଏଥିରେ ଆହତ ହୋଇଥିଲେ ।