କୋଲକାତା, ସନ୍ଦେଶଖାଲି ମାମଲାର ଅଭିଯୁକ୍ତ ଶେଖ୍ ଶାହଜହାଁର ପ୍ରାୟ 14 କୋଟିର ସଂପତ୍ତି ଜବତ କରିଛି ଇଡି । ଏଥିରେ ଜମି ଓ ବ୍ୟାଙ୍କ ଜମାରାଶି ରହିଛି । ସୂତ୍ର ମୁତାବକ, ଶାହଜହାଁର ପରିବାରର ସଂପତ୍ତିକୁ ବି ଜବତ କରାଯାଇଛି । ଏହାପୂର୍ବରୁ ଏହି ମାମଲାରେ ପ୍ରାୟ 12.5 କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଥିଲା ।
ଶାହଜହାଁ ବ୍ୟତୀତ ତାର ଭାଇ ଆଲମଗିରି ଶେଖର ବି ସଂପତ୍ତି ଜବତ କରାଯାଇଛି । ଇଡି ଜମି ଉପରେ କବଜା କରିବା ଓ ସେଠାରେ ଭଡା ଓ ମାଛ ଚାଷ କରି କଳାଧନକୁ ଧଳା କରିବା ଅଭିଯୋଗରେ ତଦନ୍ତ କରୁଛି । ସୂତ୍ର ମୁତାବକ ଦୁର୍ନୀତିର ଅର୍ଥ ଯେଉଁଠାକୁ ଯାଇଛି, ସଂପତ୍ତି କିଣା ଯାଇଛି, ବ୍ୟାଙ୍କରେ ରଖାଯାଇଛି , ସେଗୁଡିକୁ ଜବତ କରାଯାଇଛି ।