କନ୍ଧମାଳ, କନ୍ଧମାଳ ଜିଲ୍ଲାର ସମସ୍ତ ୬୬୦ ଟି ବୁଥର ୨୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଆଶିଷ ଈଶ୍ୱର ପାଟିଲ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାର ମୋଟ ୬୬୦ ବୁଥରେ ଏହି ନିର୍ଦ୍ଦେଶ ଲାଗିଥିବା ନେଇ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଭାକର ମହାରଣା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କୌଣସି ଅପରାଧ ଘଟାଇବାର ଅସ୍ତ୍ରଶସ୍ତ୍ର ସାଙ୍ଗରେ ନେବା ଉପରେ କଟକଣା ଲାଗିଛି । ୧୮ ତାରିଖ ଅପରାହ୍ନ ୫ଟା ଠାରୁ ୨୧ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଜିଳ୍ଲାର ସମସ୍ତ ପୋଲିଂ ବୁଥ ଠାରୁ ୨୦୦ ମିଟର ମଧ୍ୟରେ ପୋଲିଂ ଅଧିକାରୀ, ପୋଲିସ ଅଧିକାରୀ ଓ ଭୋଟରଙ୍କ ବ୍ୟତୀତ ଅନ୍ୟମାନେ ଉପସ୍ଥିତ ରହିବେ ନାହିଁ । ସେଥିପାଇଁ କନ୍ଧମାଳ ଜିଲ୍ଲାପାଳ ୧୪୪ ଜାରି କରିଛନ୍ତି ।
Related Stories
December 21, 2024