ନୂଆଦିଲ୍ଲୀ, ଜାତୀୟ ମହିଳା କମିଶନର ଆମ ଆଦମୀ ପାର୍ଟିର ନେତା ତଥା ରାଜ୍ୟସଭା ସଦସ୍ୟ ସ୍ୱାତୀ ମାଲିଭାଲଙ୍କ ସହିତ ହୋଇଥିବା ମାରପିଟ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପିଏ ବିଭବ କୁମାରଙ୍କୁ ପୁଣି ଥରେ ନୋଟିସ ଜାରି କରି ଶନିବାର ହାଜର ହେବାକୁ କହିଛନ୍ତି । ଯଦି ସିଏ କାଲି ହାଜର ନହୁଅନ୍ତି ତେବେ କମିଶନର ସଦସ୍ୟ ତାଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚରା କରିବେ । ଶୁକ୍ରବାର ତାଙ୍କୁ ଜାତୀୟ ମହିଳା କମିଶନ ଅଫିସରେ ହାଜର ହେବାର ଥିଲା, କିନ୍ତୁ ସିଏ ହାଜର ହୋଇନଥିଲେ ।