
ନୂଆଦିଲ୍ଲୀ-ବିଜେପି ଶୁକ୍ରବାର ସାଂସଦ ସ୍ୱାତୀ ମାଲିଭାଲଙ୍କ ସହିତ ହୋଇଥିବା ମାରପିଟ ମାମଲାରେ କେଜରିୱାଲଙ୍କୁ ଦାୟୀ କରିଛନ୍ତି ଏବଂ ସେ ଲୋକଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି ।
ବିଜେପି ମୁଖ୍ୟାଳୟରେ ଶୁକ୍ରବାର ଆୟୋଜିତ ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କ ପାର୍ଟିର ନେତାଙ୍କୁ ମାଡ ମରାଯାଉଛି ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ମୁଖ୍ୟମନ୍ତ୍ରୀ ଯେତେବେଳେ ନିଜ ପାର୍ଟିର ମହିଳା ନେତାଙ୍କ ସୁରକ୍ଷା କରିପାରୁନାହାନ୍ତି, ତେବେ ଦିଲ୍ଲୀର ମହିଳାଙ୍କର କିପରି ସୁରକ୍ଷା କରିବେ । ସେ ଲୋକଙ୍କୁ କ୍ଷମତା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି ।