ଭୁବନେଶ୍ୱର, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ସାହୁ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ସାହୁଙ୍କ ସମେତ ବିଜେଡି ଜିଲ୍ଲା ସମ୍ପାଦକ ଧନେଶ୍ୱର ବାରିକ, ପୂର୍ବତନ ସରପଂଚ ବିଷ୍ଣୁଚରଣ ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁ, ରବୀନ୍ଦ୍ର ମାଝୀ, ଶରତ ଜେନା, ପପିନା ମିଶ୍ର, ଶାନ୍ତନୁ ପଣ୍ଡା, ସୁରେନ୍ଦ୍ର ମଲ୍ଲିକ, ଗୋପିନାଥ ମହାପାତ୍ର, ସୁବାଷ ଚନ୍ଦ୍ର ପରିଡା, ପ୍ରଶାନ୍ତ ଦାସ, ହାଟସାହି ପିଏସିଏସ୍ ପୂର୍ବତନ ସଭାପତି ମିର୍ଜା ସବାକତୁଲ୍ଲା ବେଗ୍, ଗୋଳେଇପୁର ଗ୍ରାମ ପଂଚାୟତ ୱାର୍ଡ ମେମ୍ବର ଝୁନୁଲତା ପୃଷ୍ଟି ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ସେହିପରି ଏନଏପି ଦଳ ଓଡ଼ିଶାର ସାଂସଦ ପ୍ରାର୍ଥୀ ଚନ୍ଦ୍ରକାନ୍ତ ଦାସ, ବିଧାୟକ ପ୍ରାର୍ଥୀ ସୁଜାତା ରାୟ, ନିଆଳି ବିଧାୟକ ପ୍ରାର୍ଥୀ ଭରତ କୁମାର ମଲ୍ଲିକ, ତ୍ରିତୋଲ ବିଧାୟକ ପ୍ରାର୍ଥୀ ଦିଲୀପ ଦାସ, ବାଲିକୁଦା ବିଧାୟକ ପ୍ରାର୍ଥୀ ରମେଶ ଦାସ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀର ଅଧ୍ୟାପକ ନିରଦ ବରଣ ଖୁଂଟିଆ ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, କୋରେଇ ବିଧାୟକ ପ୍ରାର୍ଥୀ ତଥା ଅଭିନେତା ଆକାଶ ଦାସ ନାୟକ ଉତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତାଙ୍କୁ ସ୍ୱାଗତ ଜଣାଇଥିଲେ । ପାର୍ଟିରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ସାମଲ ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସାମାଜିକ ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।