
ଶ୍ରୀନଗର, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି ଯେ, ଜମ୍ମୁ-କଶ୍ମୀରର ଶ୍ରୀନଗର ନିର୍ବାଚନ କ୍ଷେତ୍ରରେ ମତଦାନ ପ୍ରତିଶତ ପୂର୍ବାପେକ୍ଷା 14 ପ୍ରତିଶତରୁ ବଢିଏବେ ପ୍ରାୟ 40 ପ୍ରତିଶତ ହୋଇଯାଇଛି । ଏହା ଧାରା 370କୁ ହଟାଇବାର ସଫଳତାର ବଡ ପ୍ରମାଣ ଅଟେ ।
ଦୁଇ ଦିବସୀୟ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, କଶ୍ମୀର ଘାଟିରେ ପୂର୍ବରୁ ଲୋକେ ନିର୍ବାଚନ ବହିଷ୍କାରର ନାରା ଦେଉଥିଲେ, କିନ୍ତୁ ଏବର୍ଷ ନିର୍ବାଚନରେ ଚରମପନ୍ଥୀ ଗୋଷ୍ଠୀର ସମସ୍ତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।
ଚରମପନ୍ଥୀ ଗୋଷ୍ଠୀର ସମସ୍ତ ନେତାମାନେ ମତଦାନ କରିଛନ୍ତି । ଏଥିରେ କୌଣସି ଫରକ ପଡେ ନାହିଁ ଯେ ସେମାନେ କାହାକୁ ଭୋଟ ଦେଇଛନ୍ତି । ଏହା ସେମାନଙ୍କର ଅଧିକାର ଅଟେ, କିନ୍ତୁ ଅତିକମରେ ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାର ଅଂଶ ଥିଲେ । ପ୍ରତି ନିର୍ବାଚନର ବହିଷ୍କାରର ନାରା ଦେବା ବଦଳରେ ଏଥର ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।