-
ଶହ ଶହ ବିଜେପି କର୍ମୀ ଙ୍କ 12 ଘଣ୍ଟା ଧରି ରାସ୍ତା ରୋକ ଥାନା ଭିତରେ ବିକ୍ଷୋଭ ପ୍ରଦର୍ଶନ |
-
ବିଧାୟିକା ଙ୍କ ଗାଡି ଭଙ୍ଗାରୁଜା, ଆଠ ଜଣକୁ ଗିରଫ କରିଥିବା ଗଞ୍ଜାମ ଏସ ପି ଘୋଷଣା |
-
ଆଠ ଜଣ ଆସାମୀ ଙ୍କୁ କୋର୍ଟ ଚାଲାଣ କରି ଭ୍ୟାନ ଉପରକୁ ଉତ୍ୟକ୍ତ କର୍ମୀ ଙ୍କ ଢେଲା ମାଡ, ଥାନା ଭିତରେ ବିଜେପି କର୍ମୀ ଙ୍କ ଉପରେ ପୋଲିସ ର ଲାଠି ଚଳନା, ଦୁଇ ଜଣ ଙ୍କ ମୁଣ୍ଡ ଫାଟିଲା |
Brahmpur ;ଗତକାଲି ରାତି ରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ପଂଚାୟତ ରେ ପୋଷ୍ଟର ଓ ବ୍ୟାନେର ମାରିବା କୁ କେନ୍ଦ୍ର କରି ବିଜେଡି ଓ ବିଜେପି ଦୁଇ ଯୁବ ଗୋଷ୍ଟି ମଧ୍ୟରେ ମୁଁହା ମୁଁହି ପରିସ୍ଥିତି ଉପୁଜିବା ସହ ଖଣ୍ଡା ରେ ସଂଘ ବଧ ଭାବେ ଆକ୍ରମଣ କରିବା ଫଳରେ ରେ ଶ୍ରୀକୃଷ୍ଣ ସରଣପୁର ପଂଚାୟତ ର ଦିଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ବାପୁଜୀ ପାହାନ ଓ ଅଭିମନୁ ପାହାନ ପ୍ରମୁଖ ଗୁରୁତର ଆହତ ହୋଇ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା |ତେବେ ଅବସ୍ଥା ଗୁରୁତର ହେବାରୁ ଦିଲିପ ପାହାନ ଓ, ଜିତେନ୍ଦ୍ର ପ୍ରଧାନ ଓ ବାପୁଜୀ ପାହାନ କୁ ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇଥିଲା |ଅତ୍ୟଧିକ ରକ୍ତ ସ୍ରାବ ହେବା ଫଳରେ ଚିକିଛାଧୀନ ଅବସ୍ଥା ରେ ଦିଲୀପ ର ମୃତ୍ଯୁ ହୋଇଥିବା ବେଳେ, ଜିତେନ୍ଦ୍ର କୁ ଏମ୍ସ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଥିଲା |ଘଟଣା ଘଟିବାର ପରେ ପରେ ଶହ ଶହ ବିଜେପି କର୍ମୀ ମାନେ ଟାୟାର ଜାଳି ଥାନା ଆଗରେ ରାତି ତମାମ ଧାରଣା ଦେବା ସହ ଥାନା ଭିତରେ ପଶି ହାମଲା କରିଥିଲେ ଓ ବିଧାୟିକାଙ୍କ ବାସଭବନ ଆଗରେ ଥିବା ଗାଡି କୁ ଭାଙ୍ଗି ଜଖମ କରିଥିବା ପ୍ରକାଶ |ଦୀର୍ଘ ସମୟ ଧରି ଥାନା ରେ ବିଜେପି କର୍ମୀ ମାନେ ଆନ୍ଦୋଳନ ଚଳାଇ ହତ୍ୟା ମାମଲାରେ ଜଡିତ ଆସାମୀ ଓ ନେତା ମାନଙ୍କୁ ଗିରଫ କରିବା ସହ କେତେକ ପୋଲିସ କର୍ମଚାରୀ ମାନେ ଘଟଣା ସହ ସମ୍ପୃକ୍ତ ଥିବା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଏମ ପି ପାର୍ଥୀନୀ ଅନିତା ଶୁଭଦର୍ଶନୀ,ବିଧାୟକ ପାର୍ଥି ପୂର୍ଣ୍ଣ ଚନ୍ଦ୍ର ସେଠୀ ଅନିଲ ପଣ୍ଡା, ମହେଶ ମହାନ୍ତି ଶଙ୍କର ପ୍ରସାଦ ନାହାକ ଯଜ୍ଞ ନାରାୟଣ ଦାଶ ପ୍ରମୁଖ ଦାବି କରିଥିଲେ |ଗଞ୍ଜାମ ଏସ ପି ଜଗମୋହନ ମିନା ଥାନା ପରିସର ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ମୃତ ଦିଲୀପ ଙ୍କ ପିତା ରାମ ପାହାନ ଙ୍କ ଏତଲା କୁ ଭିତ୍ତି କରି ପୋଲିସ ଥାନା କେସ ନମ୍ବର 414 /2024 ରେ ମାମଲା ରୁଜ୍ଜୁ କରି ବନମାଳୀ ପ୍ରଧାନ, କୁମାର ତରାଇ, ସମୀର ସାହୁ, ସୁଶାନ୍ତ ପ୍ରଧାନ, ମନୁ ତରାଇ, କନ୍ଧ ତରାଇ, ମନୋଜ କୁମାର ପ୍ରଧାନ, ଦିପକ କୁମାର ନାହାକ ପ୍ରମୁଖ ଙ୍କୁ ଗିରଫ କରି କୋର୍ଟ ଭ୍ୟାନ ରେ କୋର୍ଟ କୁ ପଠାଉଥିବା ବେଳେ ଉତ୍ୟକ୍ତ ବିଜେପି କର୍ମୀ ମାନେ ଉକ୍ତ ଗାଡି ଉପରକୁ ପାଣି ବୋତଲ ପଥର ମାଡ଼ କରିଥିଲେ |ଫଳରେ କିଛି ଲୋକ ଙ୍କ ମୁଣ୍ଡ ଫାଟିଥିବା ବେଳେ ବହୁ ବାଇକ ଓ କର ଜଖମ ହୋଇଥିଲା |ତେବେ ପୋଲିସ ଥାନା ପରିସର ରୁ ଉତ୍ୟକ୍ତ ବିଜେପି କର୍ମୀ କୁ ହଟାଇବା ପାଇଁ ଲାଠି ଚାଳନା କରିଥିଲା |ଏପରିକି ଥାନା ଚାରିପଟେ 144 ଧାରା ଜାରୀ କରିଥିବା ପ୍ରକାଶ | ତେବେ ଘଟଣା ର ମୁଖ୍ୟ ଆସାମୀ ଓ ନେତା ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ କରୁନଥିବା ବିଜେପି ନେତା ମାନେ ଅଭିଯୋଗ କରି ପୋଲିସ ସରକାରୀ ଦଳ ର ଚମଚା ସାଜି ହତ୍ୟା କାରି ମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିବା ସହ ଘଟଣା ଘଟିବ| ପୂର୍ବରୁ ଆକ୍ରମଣ କାରି ମାନେ ଧମକ ଦେଇଥିବା କୁ ପୋଲିସ ରେ ଏତେଲା ପ୍ରଦାନ କରାଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଏତେଲା ରଖି ନଥିବା ଗଣମାଧ୍ୟମ କୁ ସୂଚନା ଦେଇ ବିଜେପି ନେତା ମାନେ ଅଭିଯୋଗ କରିଛନ୍ତି | ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଞ୍ଜାମ ଜିଲ୍ଲପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲା ଆରକ୍ଷୀ ଙ୍କୁ ଏକ ବାର୍ତା ଦେଇ ପ୍ରାକ ନିର୍ବାଚନୀ ହିଂସା କୁ ପ୍ରତିହତ କାରି ଆବଶ୍ୟକ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଶାନ୍ତି ସହନଶୀଳତା ଗୁରୁତ୍ୱ ଦେଇ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ପରାମର୍ଶ ଦେଇଥିବା ଜଣାପଡିଛି |