
ଭୁବନେଶ୍ୱର, ଖଲ୍ଲିକୋଟ ହିଂସା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଖଲିକୋଟ ଅଞ୍ଚଳରେ ଘଟିଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ ଘଟଣାରେ ଗଭୀର ବିବ୍ରତ ଓ ଦୁଃଖିତ। ଆମର ଗଣତନ୍ତ୍ର ଏବଂ ନାଗରିକ ସମାଜରେ ହିଂସା ଘଟଣାର କୌଣସି ସ୍ଥାନ ନାହିଁ।ମୁଁ ଏହି ଘଟଣାକୁ ଦୃଢ ନିନ୍ଦା କରୁଛି । ମୃତକଙ୍କ ପରିବାରକୁ ମୋର ଗଭୀର ସମବେଦନା ।