
ଭୁବନେଶ୍ୱର, ଏଥର ବିଜେଡି ଜିତିଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେନି, ପାଣ୍ଡୁଜୀ ମୁଖ୍ୟମନ୍ତ୍ରୀ ହେବ । ଆଜି ଏଭଳି କିଛି କହି ଲୋକଙ୍କୁ ସଚେତନ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଏହା ଆପଣଙ୍କୁ ସ୍ୱୀକାର ଅଛି ନା ନାହିଁ ତାହା ଆପଣ ଚିନ୍ତା କରିବେ ବୋଲି ସେ କହିଛନ୍ତି । ଏହା ବିଜୁ ଜନତା ଦଳ ନୁହେଁ, ପାଣ୍ଡୁ ଜନତା ଦଳ ବୋଲି କହିଛନ୍ତି ଅପରାଜିତା । ପାଣ୍ଡୁଜୀ ମୁଁ କହୁନି, ଲୋକ ମାନେ କହୁଛନ୍ତି ବୋଲି ସେ କହିଛନ୍ତି । ଆମକୁ ସ୍ୱଚ୍ଛ ଶାସନ ଦରକାର, ପାରଦର୍ଶୀ ଶାସନ ଦରକାର, ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ସକ୍ରିୟ ମୁଖ୍ୟମନ୍ତ୍ରୀ, ଆମକୁ ଆମ ଭାଷାରେ ସମ୍ବାଦ ସ୍ଥାପିତ କରିପାରୁଥିବା ମୁଖ୍ୟମନ୍ତ୍ରୀ ଦରକାର, ଆମକୁ ସୁସ୍ଥ, ଯୁବ ମୁଖ୍ୟମନ୍ତ୍ରୀ ଦରକାର । ସବୁସ୍ଥାନରେ ପରିବର୍ତ୍ତନର ଆଭାସ ରହିଛି । ଏଥର ଆମେ ଚାହୁଁଛି ସକ୍ରିୟ ଶାସନ ବ୍ୟବସ୍ଥା । ଓଡ଼ିଶାରେ ଆସୁ ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥା । ସେବା, ସୁଶାସନ, ଗରିବକଲ୍ୟାଣ, ଯୁବବର୍ଗର ବିକାଶ, ମହିଳାଙ୍କ ବିକାଶ, ଗରିବ ଓ ଚାଷୀଙ୍କ କଲ୍ୟାଣ କରୁଥିବା ସରକାର ଦରକାର ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି ।