
ଭୁବନେଶ୍ୱର, ବିଜେପି ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇ ଦେଇଥିବା ଜଣା ପଡିଛି ।
ଚଳିତ ନିର୍ବାଚନରେ ତାଙ୍କୁ ଟିକେଟ ମିଳି ନ ଥିଲା । ତେଣୁ ସେ ଅସନ୍ତୁଷ୍ଟ ଥିଲେ ।
ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁ ନ ଥିଲା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ବିଜେପି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଲୋକଙ୍କୁ ଅଣଦେଖା କରିଛି।