ହରିଚନ୍ଦନପୁର, ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ୩ ଦଳ ସହ ସ୍ବାଧିନ ପ୍ରାର୍ଥୀ ଭୋଟରଙ୍କ ମନ ଜିତି ଭୋଟ ହାତେଇ ବିଜୟୀ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ସମସ୍ତ ପ୍ରାର୍ଥୀ ବାଇକ୍ ରାଲି ସହ ପଦଯାତ୍ରା ମାଧ୍ୟମରେ ଗାଁ ଗାଁ ବୁଲି ଲୋକଙ୍କ ପାଖରେ ପହଞ୍ଚି ପଚାର ପ୍ରସାରକୁ ଯୋରଦାର୍ କରିଛନ୍ତି । ସେହିପରି ତେଲକୋଇ ମାଟିର ପୁଅ ତଥା ଯୁବ ସାମ୍ବାଦିକ ନିର୍ମଳ ନାୟକ ଆଜି ହରିଚନ୍ଦନପୁର ବ୍ଲକ ମଙ୍ଗଳପୁର ଛକ ଠାରୁ ସମର୍ଥକଙ୍କ ଏକ ବିଶାଳ ବାଇକ୍ ରାଲିରେ ବାହାରିଛନ୍ତି । ଏହି ରାଲି ମାଧ୍ୟମରେ ହରିଚନ୍ଦନପୁର, ମନୋହରପୁର, ପିଟାପିଟି, ଠାକୁରପଡା, ସୁନାପେଣ୍ଠ, ରେବଣାପଳାଶପାଳ, ଗୌଣିଘଷା, ଭଗାମୁଣ୍ଡା ପଞ୍ଚାୟତର କିଛି ଗାଁ ବୁଲିବାର ଯୋଜନା ରହିଛି । ଏହି ବିଶାଳ ରାଲି ମାଧ୍ୟମରେ ଲୋକଙ୍କ ସମାବେଶ ଦେଖି ବିରୋଧି ଦଳ ଛାନିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ନିର୍ମଳ ନାୟକ ଜଣେ ଭଲ ତାଇକୋଣ୍ଡ ଖେଳାଳି ସହ ସାମ୍ବାଦିକ ଭାବେ ରାଜ୍ୟରେ ବେଶ୍ ପରିଚିତ । ନିର୍ମଳ ପୂର୍ବତନ ବିଧାୟକ ପ୍ରାଣ ବଲ୍ଲଭ ନାୟକଙ୍କ ପୁଅ ହୋଇଥିବାରୁ ଗାଁ ଗଳିର ଲୋକେ ତାଙ୍କୁ ଅତି ସହଜରେ ଚିହ୍ନି ଆଦରି ନେଉଛନ୍ତି ।
ଅନ୍ୟ ପଟେ ବିଜେପି ବିଜେଡ଼ି ଦଳର ପ୍ରାର୍ଥୀ ବାହାର ଅଞ୍ଚଳର ଲୋକ ହୋଇଥିବାରୁ ତେଲକୋଇ ମାଟିର ପୁଅକୁ ଏ ଅଞ୍ଚଳରେ ବିପୁଳ ସମର୍ଥନ ମିଳୁଛି । ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ କଂଗ୍ରେସ ଦଳୀୟ ସଂଗଠନକୁ ମଜବୁତ ନିମନ୍ତେ ଗାଁ ଗାଁ ବୁଲି କର୍ମୀଙ୍କୁ ଏକତ୍ରିତ କରିବାରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ତେଲକୋଇ ମାଟିରେ ଲୋକଙ୍କ ହକ ଓ ମୌଳିକ ଅଧିକାର ପାଇବା ପାଇଁ ସ୍ଵାଭିମାନର ଲଢ଼େଇ ହେବ ବୋଲି ନିର୍ମଳ ନାୟକ କହିଛନ୍ତି । ଅନ୍ୟପଟେ ଏହି ନିର୍ବାଚନ ମଣ୍ଡଳୀକୁ ଦୀର୍ଘ ୨୫ ବର୍ଷ ଲଗାତାର ବିଜେଡ଼ି ଅକ୍ତିଆର କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ତେଲକୋଇ ମାଟିରେ ବିକାଶର ପାଦ ଚିହ୍ନ ପଡ଼ିନାହିଁ । ମାଟିର ପୁଅ ବିଜୟୀ ହେଲେ ଏ ମାଟି କଥା ବୁଝିବ ବୋଲି ଗାଁ ଠାରୁ ଆରମ୍ଭ କରି ବଜାରର ଚାହା ଦୋକାନରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।